ଦୀପିକା-ପ୍ରଭାସଙ୍କୁ ନେଇ ଚର୍ଚ୍ଚା । ବଲିଉଡ୍ କୁଇନ୍ ଦୀପିକା ପାଦୁକୋନ ଟଲିଉଡ୍ ସୁପରଷ୍ଟାର ପ୍ରଭାସଙ୍କ ସହ ଫିଲ୍ମରେ ଏକାଠି ନଜର ଆସିବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ହେଉଛି । ପ୍ରଥମେ ଦୀପିକା ଏହି ଫିଲ୍ମରେ କାମ କରିବାକୁ ମନା କରିଥିଲେ । ମାତ୍ର ଫିଲ୍ମ ନିର୍ମାତାଙ୍କର ପ୍ରଥମ ପସନ୍ଦ ଥିଲେ ଦୀପିକା । ପରେ ଫିଲ୍ମର କାହାଣୀ ମଧ୍ୟ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି । ଦୀପିକା ଏହି ଚରିତ୍ର ପାଇଁ ୨୦ କୋଟି ଟଙ୍କା ଦାବି କରିଥିବା ତାଙ୍କ ପିଆର ଟିମ୍ ତରଫରୁ କୁହାଯାଇଛି । ନାମ ଘୋଷଣା ହୋଇନଥିବା ଏହି ଫିଲ୍ମର ନିର୍ଦେଶନା ଅଶ୍ୱିନ ନାଗ ଦେବେ ବୋଲି ସୂଚନା ରହିଛି । ସେପଟେ ପ୍ରଭାସ ମଧ୍ୟ ଏହି ଫିଲ୍ମ ପାଇଁ ୫୦ କୋଟି ପାଇବା ନେଇ ଚର୍ଚ୍ଚା ହେଉଛି ।

ଏ ଖବର ଶୁଣିବା ପରେ ଫିଲ୍ମ ନିର୍ଦେଶକମାନଙ୍କ ନିଦ ହଜି ଗଲାଣି । ଆଗାମୀ ଦିନରେ ଦୀପିକା ତାଙ୍କ ସ୍ୱାମୀ ରଣବୀର ସିଂହଙ୍କ ସହ କବୀର ଖାନଙ୍କ ନିର୍ଦେଶିତ ଫିଲ୍ମ ‘୮୩’ରେ ନଜର ଆସିବେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0