ଆଜିକାଲି ଶରୀରର ଓଜନ ବୃଦ୍ଧି ଏକ ପ୍ରଧାନ ସମସ୍ୟା । କାରଣ ଓଜନ ବଢ଼ିବା ଦା୍ୱରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ସୁସ୍ଥ ରହିବାକୁ ହେଲେ ଓଜନ ନିୟନ୍ତ୍ରଣରେ ରହିବା ଜରୁରୀ । ଦୈନନ୍ଦିନ ଜୀବନଶୈଳୀ ରେ ପରିବର୍ତ୍ତନ ଯୋଗୁଁ ମେଦବହୁଳତା ଦେଖା ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଡାଏଟରେ କେଉଁ କେଉଁ ଖାଦ୍ୟ ଗ୍ରହଣ କଲେ ଓଜନ ବୃଦ୍ଧିରୁ ରକ୍ଷା ପାଇପାରିବେ ।

ପିଚ୍ ଖାଇବା କରିବା ଦ୍ୱାରା ଓଜନ ହ୍ରାସ କରିପାରିବେ । ଏଥିରେ ମାତ୍ର ୭୦ ପ୍ରତିଶତ କ୍ୟାଲୋରି ଥାଏ । ଏଥିରେ ଥିବା ଫାଇବର୍ ଅନ୍ତ୍ରନଳୀ ପାଇଁ ଲାଭଦାୟକ ହୋଇଥାଏ ।

ଟମାଟୋ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାରୀ । ଆପଣ ସୁସ୍ଥ ଏବଂ ଓଜନ କମ୍ କରିବା ପାଇଁ ପ୍ରତିଦିନ କଂଚା ଟମାଟୋ ଖାଇ ପାରିବେ । ଟମାଟୋରେ ବିଟା କ୍ୟାରୋଟିନ ଏବଂ ଆଇକୋପିନ ଅଧିକ ମାତ୍ରାରେ ଥାଏ । ଟମାଟୋ ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ବୃଦ୍ଧି ପାଇଥାଏ । ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ସାଲଡରେ ଟମାଟୋକୁ ସାମିଲ କରନ୍ତୁ ।
ଗ୍ରୀଷ୍ମଋତୁରେ କାକୁଡ଼ି ଖାଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ କମି ନଥାଏ । ଏହା ଦ୍ୱାରା ଓଜନ ବି ନିୟନ୍ତ୍ରଣରେ ରହେ ।

ଓଜନ କମ୍ କରିବାପାଇଁ ପ୍ରତିଦିନ ସକାଳେ ଉଷୁମ ପାଣିରେ ଲେମ୍ବୁ ଓ ଏକ ଚାମଚ ମହୁ ମିଶାଇ ପିଅନ୍ତୁ । ଏହା ପ୍ରତିଦିନ ସେବନ କରିବା ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ । ମହୁରେ ଅଧିକ ମାତ୍ରାରେ ପ୍ରୋଟିନର ମାତ୍ରା ଅଧିକ ଥିବାରୁ ରକ୍ତ ସଫା ରହିଥାଏ । ଲେମ୍ବୁ ଗ୍ୟାସ ଓ ଏସିଡ୍ ସମସ୍ୟାରୁ ମୁକ୍ତି ଦେଇଥାଏ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0