ଗୁରୁଦ୍ୱାର: ସକାଳୁ ସକାଳୁ ହଠାତ୍ ଗୁରୁଦ୍ୱାରରେ ପହଞ୍ଚିଲେ ମୋଦି । ଗୁରୁ ତେଗ ବାହାଦୂରଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳୀ । ଦେଶବ୍ୟାପୀ ଅନ୍ନଦାତାଙ୍କ ଆନେ୍ଦାଳନ ଜାରି ରହିଛି । ଏପରିସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳୁ ରକାବଞ୍ଜ ସ୍ଥିତ ଗୁରୁଦ୍ୱାରରେ ହଠାତ୍ ପହଞ୍ଚିଛନ୍ତି । ସେ ସେଠାରେ ଗୁରୁ ତେଗ୍ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ପୂର୍ବରୁ ମୋଦୀଙ୍କ ଆସିବା ନେଇ କୌଣସି ସୂଚନା ନ ଥିବାରୁ ଗୁରୁଦ୍ୱାରରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇନଥିଲା । ଜରେ ସାଧାରଣ ଲୋକ ଭଳି ମୋଦୀ ଗୁରୁଦ୍ୱାରରେ ପହଞ୍ଚିଥିଲେ । ସଂସଦ ଭବନ ନିକଟରେ ଥିବା ଏହି ଗୁରୁଦ୍ୱାର ୧୭୮୩ ରେ ନିର୍ମିତ ହୋଇଥିଲା । ଏଠାରେ ଗୁରୁତେଗ୍ ବାହାଦୂରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ହଠାତ୍ ମୋଦୀଙ୍କ ଗୁରୁଦ୍ୱାର ଗସ୍ତ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0