ନ୍ୟୁଜ୍୬ ଓଡିଆ ବ୍ୟୁରୋ: ମହାମାରୀ କରୋନା ପାଇଁ ରାଜ୍ୟରେ ବସ୍, ରେଳ ଓ ବିମାନ ଚଳାଚଳ ଉପରେ କଟକଣା ଲାଗିଛି । ମାତ୍ର ଏବେ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରରୁ ଖୁସି ଖବର ମିଳିଛି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏଲାଇନ୍ମ ଏୟାର ଜୁଲାଇ ୨୪ରୁ ଉଡିବା ନେଇ ସୂଚନା ମିଳିଛି । କଲିକତା, ଭୁବନେଶ୍ୱର ଓ ରାୟପୁରକୁ ବିମାନ ପ୍ରତିଦିନ ଚଳାଚଳ କରିବ । ଏଲାଇନ୍ସ ଏୟାର ବିମାନ କଲିକତାରୁ ସକାଳ ୬ଟା ୪୫ ମିନିଟରେ ଉଡାଣ ଆରମ୍ଭ କରି ଝାରସୁଗୁଡାରେ ୮ଟା ୫ମିନିଟରେ ପହଞ୍ଚିବ । ପରେ ଝାରସୁଗୁଡାରୁ ୮ଟା ୩୫ ମିନିଟରେ ଉଡାଣ ଭରି ୯ଟା ୫୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବା ନେଇ ସମୟ ନିର୍ଦ୍ଧାରିତ ହୋଇଛି । ଏନେଇ ଜୁଲାଇ ୨୪ରୁ ଅଗଷ୍ଟ ୨୪ ପର୍ଯ୍ୟନ୍ତ ଏକମାସର ସମୟ ସାରଣୀ ପ୍ରସ୍ତୁତ କରାଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0