ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ୮ଟି ରାଜ୍ୟରେ ୪୫ଟି ବିଧାନସଭା ଆସନ ପାଇଁ ସେପ୍ଟେମ୍ବର ଶେଷ ସପ୍ତାହରେ ଉପନିବର୍ବାଚନ ହୋଇପାରେ। ଏସଂପର୍କରେ ନିର୍ବାଚନ ଆୟୋଗ ପ୍ରାରମ୍ଭିକ ପର୍ୟ୍ୟାୟରେ ଆଲୋଚନା କରିଥିବାର ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଉପନିର୍ବାଚନ ସମୟରେ ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଆୟୋଗଙ୍କ ଦ୍ବାରା ଏକାଧିକ ପଦକ୍ଷେପ ନିଆଯିବାର ମଧ୍ୟ ସମ୍ଭାବନା ରହିଛି। ସୂତ୍ର ଅନୁସାରେ ପ୍ରତି ବୁଥରେ ଭୋଟରଙ୍କ ସଂଖ୍ୟା ୧୦୦୦ରେ ସୀମିତ ରଖିବାପାଇଁ ବିଚାରବିମର୍ଶ ଜାରି ରଖିଥିବାର ଜଣାପଡ଼ିଛି। ଅପରପକ୍ଷେ ଭୋଟଦାନ କେନ୍ଦ୍ରମାନଙ୍କରେ ମାସ୍କ, ସାନିଟାଇଜର, ଗ୍ଲୋବ୍ସର ବ୍ୟବସ୍ଥା ମଧ୍ୟ କରାଯିବା ସହିତ ସାମାଜିକ ଦୂରତାର ଧ୍ୟାନ ରଖାଯିବ।
ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ଦୁଇଟି ଆସନ ଲାଗି ଉପନିର୍ବାଚନ ହେବ। ବାଲେଶ୍ବର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ ମଦନମୋହନ ଦତ୍ତ ଓ ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କର ବିୟୋଗ ପରେ ଏହି ଦୁଇଟି ଆସନ ଖାଲି ପଡ଼ିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0