spot_img

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର ହେଲା ଖପୁରୀ, ହାଡ଼

ବାଲିପାଟଣା: ପାରିବାରିକ ବିବାଦରୁ କଳହ । ସ୍ୱାମୀକୁ ହତ୍ୟା କରି ବାଡିରେ ପୋଡିଥିଲା ନୃଶଂସ ସ୍ତ୍ରୀ । ରାଜଧାନୀ ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ଗ୍ରାମରେ ଘଟିଛି ଏଭଳି ବିଭସô ଘଟଣା । ଗ୍ରାମର ନିଧିରାମ ଗିରି ତିନି ମାସ ହେବ ନିଖୋଜ ହେବା ପରେ ଗତ କାଲି ସ୍ତ୍ରୀ ସ୍ୱାମୀକୁ ମାରିଥିବା କଥା ପୋଲିସ ଆଗରେ ସ୍ୱିକାର କରିଥିଲା । ଆଜି ମୃତ ବ୍ୟକ୍ତିଙ୍କ ହାଡ, ଖପୁରୀ ଏବଂ ଅନ୍ୟାନ୍ୟ ସମାଗ୍ରୀ ଉଦ୍ଧାର କରାଯାଇଛି । ସକାଳେ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାଲିପାଟଣାର ଅତିରିକ୍ତ ତହସିଲଦାର ବିଭାସ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏସବୁ ଉଦ୍ଧାର କରାଯାଇଛି । ଏନେଇ ବାଲିପାଟଣା ଥାନାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ, ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ଗ୍ରାମରେ ସ୍ୱାମୀ ନିଧିରାମ ଗିରି ଏବଂ ସ୍ତ୍ରୀ ଲିଲି ଗିରି ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ପ୍ରତ୍ୟକ ଦିନ ନିଧିରାମଙ୍କୁ ୧ ହଜାର ଟଙ୍କା ଦେବା ପାଇଁ ବାଧ୍ୟ କରୁଥିଲେ ଲିଲି । କିନ୍ତୁ ସ୍ୱଳ୍ପ ରୋଜଗାର ଭିତରେ ସେ ସବୁ ସକ୍ଷମ ହୋଇପାରୁ ନାଥିଲା । ଫଳରେ ଅନେକ ସମୟରେ ସ୍ତ୍ରୀର ନିର୍ଯାତନାର ଶିକାର ହେଉଥିଲେ ନିଧିରାମ । ଗତ ସେପ୍ଟେମ୍ବର ୧୨ ତାରିଖରୁ ନିଧିରାମ ନିଖୋଜ ହୋଇଥିଲେ । ହେଲେ ଲିଲିଙ୍କ ପକ୍ଷରୁ ଥାନାରେ କୌଣସି ଏତଲା ଦିଆଯାଇନଥିଲା । ବର୍ତ୍ତମାନ ଏହି ଘଟଣା ଉପରୁ ପରାଦା ହଟିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular