ପୁରୀ: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଅଙ୍ଗନୱାଡ଼ି କର୍ମୀ ସଂଧ୍ୟାରାଣୀ ଭଟ୍ଟ ଗିରଫ ହୋଇଥିବା ଜଣାଯାଇଛି। ଭିଜିଲାନ୍ସ ଏବେ ସୁଦ୍ଧା ତାଙ୍କର ୧ କୋଟି ୧୪ ଲକ୍ଷ ୨୮ ହଜାର ଟଙ୍କାର ସମ୍ପତ୍ତି ଠାବ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବରର ସ୍ପେସିଆଲ୍ ଜଜଙ୍କ ଦ୍ବାରା ଜାରି ହୋଇଥିବା ୱରେଣ୍ଟ ଆଧାରରେ ପୁରୀ ଜିଲ୍ଲାର ପିପିଲି ଥାନା ଅନ୍ତର୍ଗତ ହାଟସାହି ଗ୍ରାମର ପ୍ରଭାତ ମିଶ୍ରଙ୍କ ପତ୍ନୀ ସଂଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ସଂଧ୍ୟାରାଣୀ ଏବେ ପୁରୀ ବାସେଳୀସାହିର ଅକ୍ଷୟଧାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ଭାବେ କାମ କରୁଛନ୍ତି। ଭିଜିଲାନ୍ସ ସଂଧ୍ୟାରାଣୀଙ୍କ ପରିବାର ରହୁଥିବା ତାଙ୍କ ବାପାଙ୍କ ଘରେ,ବାସେଳୀସାହିର ମାଛ ମାର୍କେଟ ନିକଟରେ ଥିବା ତାଙ୍କର ଏକ ଆଜବେଷ୍ଟସ ଘରେ, ପୁରୀ ସଦର ଥାନା ଅଞ୍ଚଳରେ ଥିବା ତାଙ୍କର ଆଉ ଏକ ଆଜବେଷ୍ଟସ୍ ଘରେ, ବାସେଳୀସାହିର ଲୋକନାଥ ରୋଡର ହାତୀଶାଳରେ ଥିବା ତାଙ୍କ ୩ ମହଲା ବିଶିଷ୍ଟ ବିଲ୍ଡିଂରେ, ହାତୀଶାଳରେ ଥିବା ତାଙ୍କ ଶଶୁର ଘରେ, ପୁରୀର ଦେଲେୱାରେରେ ଥିବା ତାଙ୍କ ସ୍ବାମୀଙ୍କ ଅଫିସରେ ଓ ବାସେଳୀ ସାହିର ଅକ୍ଷୟଧାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ସବୁ ଚଢ଼ାଉ କରିଥିବା ଜାଣିବାକୁ ମିଳିଥିଲା।



Visitors Today : 1
Total Visitors : 130442
Total Views : 9891976
Visitors Online Now : 0