ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧୀନରେ ଥିବା ସିଲାଟି ଗ୍ରାମରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଗୋଟିଏ ପରିବାରର ମା, ବାପା ଓ ପୁଅକୁ ଗଳା କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଗାଁର ବୁଲୁ ଭୋଇ, ସ୍ତ୍ରୀ ବୈଦେହୀ ଭୋଇଙ୍କ ସହ ତାଙ୍କ ୨୫ବର୍ଷର ପୁଅ ଶିବ ଭୋଇଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ବାପା ଓ ମା’ଙ୍କ ମୃତ ହେହ ଘର ଭିତରେ ପଡିରହିଥିବା ବେଳେ ପୁଅର ରକ୍ତ ଜୁଡୁବୁଡୁ ମୃତ ଦେହ ଘର ବାହାରେ ପଡିରହିଛି । ଏ ଘଟଣା ନେଇ ସ୍ଥାନୀୟ ଅଞ୍ଚଲରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0