ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚାଷୀଙ୍କ ସହ କଥା ହୋଇଛନ୍ତି । ଏହା ସହ ପିଏମ କିସାନ ସମ୍ମାନନିଧି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶର ୯ କୋଟି ଚାଷୀଙ୍କ ବ୍ୟାଙ୍କ୍ ଜମାଖାତାକୁ ୧୮ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ପୁଶ୍ ବଟନ୍ ଦ୍ୱାରା ପ୍ରଧାନମନ୍ତ୍ରୀ ଏହି ଅର୍ଥ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ରାଜ୍ୟର କୃଷକଙ୍କ ସହ କଥା ହୋଇ ସେମାନେ ଏହି ଅର୍ଥକୁ କେଉଁ କ୍ଷେତ୍ରରେ ବିନିଯୋଗ କରୁଛନ୍ତି ସେ ବିଷୟରେ ଆଲୋଚନା କରିଛନ୍ତି। ଅନ୍ୟପଟେ ଚାଷୀମାନେ ମଧ୍ୟ ମୋଦୀଙ୍କ ସହ କଥା ହେବା ବେଳେ ନିଜ ଅଭିଜ୍ଞତା ସମ୍ପର୍କରେ ମତ ଦେଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0