ଭୁବନେଶ୍ୱର: ନିଯୁକ୍ତ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ହେଲେ ନୂଆ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଡିସେମ୍ବର ୩୧ ତାରିଖରେ ଅବସର ନେବେ। ସେହିଦିନ ଅପରାହ୍ନରେ ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ। ଅନ୍ୟପକ୍ଷରେ ଅବସର ପରେ ନୂଆ ଦାୟିତ୍ୱ ଗ୍ରହଣ କରିବେ ଅସିତ ତ୍ରିପାଠୀ। ସରକାର ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ୟ୍ୟ କରିବେ। ଆଞ୍ଚଳିକ ବିକାଶ, ପର୍ୟ୍ୟଟନ, କୃଷି ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ୟ୍ୟ କରିବେ। ସୁରେଶ ଚନ୍ଦ୍ର ମହାପାତ୍ର ହେଉଛନ୍ତି ୧୯୮୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ୟ୍ୟ କରିଛନ୍ତି। ଶ୍ରୀ ମହାପାତ୍ର ଉନ୍ନୟନ କମିଶନର ଭାବେ କାର୍ୟ୍ୟ କରିଛନ୍ତି। ବହୁ ସମୟ ଧରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଇଛନ୍ତି। ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ୟ୍ୟ କରିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0