spot_img

୬ ଜେଡିୟୁ ନେତା ଧରିଲେ ପଦ୍ମ

ନୂଆଦିଲ୍ଲୀ: ନିଜ ସହଯୋଗ ଦଳ ଜେଡିୟୁକୁ ଭାରତୀୟ ଜନତା ପାର୍ଟି ବଡ଼ ଝଟକା ଦେଇଛି । ବିହାରରେ ନୀତିଶ କୁମାରଙ୍କ ସରକାରରେ ସାମିଲ ଥିବା ବିଜେପି ଅରୁଣାଚଳ ପ୍ରଦେଶରେ ଜେଡିୟୁର ୬ଜଣ ବିଧାୟକଙ୍କୁ ନିଜ ପାର୍ଟିରେ ସାମିଲ କରିଛି । ରାଜ୍ୟରେ ଜେଡିୟୁର ସାତ ଜଣ ବିଧାୟକ ଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ୬ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟର ବିଧାନସଭା ଆସନ ଅନୁସାରେ, ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳର ଲିବାବାଲି ନିର୍ବାଚନ କ୍ଷେତ୍ରର ବିଧାୟକ କରଦୋ ନିଙ୍ଗୋୟର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ତେବେ ପଞ୍ଚାୟତ ଓ ନଗର ନିଗମ ନିର୍ବାଚନରେ ଫଳାଫଳ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ଏପରି ଖବର ସାମ୍ନାକୁ ଆସିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular