spot_img

୨୪ ତମ ପ୍ରତିଷ୍ଠା ଦିବସ ପାଳୁଛି ବିଜେଡି

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ଭିତରେ ଦଳ ତାର ପ୍ରତିଷ୍ଠା ଦିବସ ପାଳନ କରୁଛି । ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି। ସେହିପରି ୟୁନିଟ-୬ ରେ ଥିବା ଦଳୀୟ କାର୍ୟ୍ୟାଳୟରେ ଏକ ସାଧାରଣ ସଭାର ଅନୁଷ୍ଠିତ ହୋଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ସାମିଲ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ଯୁବ ଓ ରାଜ୍ୟ କାର୍ୟ୍ୟକାରିଣୀରେ କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ବିଜେପିକୁ ଜୋରଦାର ଟାର୍ଗେଟ କରିଥିଲେ ନବୀନ । ତେଣୁ ଦଳର ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମରେ ଯୋଗଦେଇ ନେତା ଓ କର୍ମୀଙ୍କୁ କଣ ଆହ୍ୱାନ ଦେବେ ତା ଉପରେ ନଜର ରହିଛି ।୧୯୯୭ ମସିହା ଆଜିର ଦିନରେ ରାଜ୍ୟ ରାଜନୀତିରେ ଏକ ଆଂଚଳିକ ଦଳ ଭାବେ ବିଜୁ ଜନତା ଦଳର ଆରମ୍ଭ ହୋଇଥିଲା । ଯାହା ନିର୍ବାଚନୀ ରାଜନୀତିରେ ଯାତ୍ରା ଜାରି ରଖିଛି । ବିଜୁ ବାବୁଙ୍କ ନାମରେ ଗଢାଯାଇଥିବା ଏହି ଆଂଚଳିକ ରାଜନୈତିକ ଦଳ କ୍ରମାଗତ ଭାବେ ଆଗକୁ ଆଗକୁ ବଢାଇ ଚାଲିଛି । ଏପର୍ଯ୍ୟନ୍ତ ରାଜ୍ୟ ରାଜନୀତିରେ କୌଣସି ଆଂଚଳିକ ଦଳ ଏଭଳି ସଫଳତା ହାସଲ କରିପାରିନାହାନ୍ତି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ପୁଞ୍ଜି କରି ଦଳ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହୋଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular