spot_img

ମହିଳାଙ୍କ ସଶକ୍ତୀକରଣ ଉପରେ ପୁଣି ନବୀନଙ୍କ ଫୋକସ୍

ଭୁବନେଶ୍ବର:  ଆଜି ବିଜେଡି ପାଳୁଛି ୨୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିଜେଡି ସୁପ୍ରିମୋ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି । ନବୀନ କହିଛନ୍ତି ନିର୍ବାଚନ ବେଳେ ଜାତୀୟ ଦଳ ବଡ ବଡ କଥା କୁହନ୍ତି ମାତ୍ର ବିଜେଡି ତାହାକୁ କାମରେ କରିଦେଖାଏ । ମହିଳାଙ୍କ ଉପରେ ଅଧିକ ଫୋକସ୍‌ ଦେଇଛି ବିଜେଡି ସରକାର । ନବୀନ କହିଛନ୍ତି ଯେ, ରାଜ୍ୟର ୮୦ ଲକ୍ଷ ମହିଳା ମିଶନ ଶକ୍ତିରେ ସାମିଲ ହୋଇଛନ୍ତି । ସଶକ୍ତ ସଂଗଠନ ସଶକ୍ତ ରାଜ୍ୟ ଗଠନ କରିପାରିବ ବୋଲି ନବୀନ କହିଛନ୍ତି । ମହିଳାଙ୍କୁ ହକ୍‌ ମିଳିବା ଦରକାର । ମହିଳା ସଶକ୍ତିକରଣକୁ ସେ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି ବୋଲି ନବୀନ କହିଛନ୍ତି । ମା’-ଭଉଣୀ ଆଗକୁ ଆସିଲେ ରାଜ୍ୟର ବିକାଶ ନିଶ୍ଚିତ ହେବ । ବିଧାନସଭାରେ ୩୩% ସ୍ଥାନ ମହିଳାଙ୍କୁ ଦେବାକୁ ଲଢେଇ କରୁଛି ବିଜେଡି । ମହିଳାଙ୍କୁ ହକ୍‌ ମିଳିବା ଦରକାର ବୋଲି ନବୀନ କହିଛନ୍ତି । ଏଥିପାଇଁ ଜାତୀୟ ସ୍ତରରେ ପ୍ରସଙ୍ଗ ଉଠାଇବୁ ବୋଲି ସେ କହିଛନ୍ତି । ମା’ ଆଗେଇଲେ ଦେଶ ଆଗେଇବ ବୋଲି ନବୀନ ତାଙ୍କ ଉଦବୋଧନରେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular