ହଙ୍ଗେରୀରେ ଟ୍ରେନିଂ ନେବେ ଭିନେଶ । ଚାମ୍ପିୟନ ରେସଲର ଭିନେଶ ଫୋଗତଙ୍କ ୪୦ ଦିନିଆ କ୍ୟାମ୍ପ ପାଇଁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଭିନେଶଙ୍କ ସହିତ ତାଙ୍କ ବ୍ୟକ୍ତିଗତ କୋଚ ଓଲର ଆକସ , ସ୍ୱେୟାରିଂ ପାର୍ଟନର ପ୍ରିୟଙ୍କା ଫୋଗତ ଏବଂ ଫିଜିଓଥେରୋପିଷ୍ଟ ପୂର୍ଣ୍ଣିମା ରମଣ ନାଗମଦିର ଏହି କ୍ୟାମ୍ପରେ ସାମିଲ ହେବେ । ଏ ବାବାଦରେ ମୋଟ ୧୫.୫୧ ଲକ୍ଷ ଟଭ୍କା ଘର୍ଚ୍ଚ ହେବ । କ୍ୟାମ୍ପ ପାଇଁ ସରକାରଙ୍କ ଟାର୍ଗେଟ ଅଲିମ୍ପକି ପୋଡିୟମ ସ୍କିମ୍ରୁ ଅର୍ଥ ମଞ୍ଜୁର ହେବ । ଡିସେମ୍ବର ୨୮ରୁ ଜାନୁୟାରୀ ୨୪ ପର୍ଯ୍ୟନ୍ତ ହଙ୍ଗେରୀର ବୁଦାପେଷ୍ଟସ୍ଥିତ ଭାସାସ ସ୍ପୋଟରସ କ୍ଲବ ଏବଂ ଜାନୁୟାରୀ ୨୪ରୁ ଫେବୃୟାରୀ ୫ ପର୍ଯ୍ୟନ୍ତ ପୋଲାଣ୍ଡର ସିଜ୍ରକସ୍ଥିତ ଅଲିମ୍ପିକ ଟ୍ରେନିଂ ସେଣ୍ଟରଠାରେ କ୍ୟାମ୍ପ ଅନୁଷ୍ଠିତ ହେବ । ପକେଟ୍ ଭତ୍ତା ବ୍ୟତୀତ ବିମାନ ଯାତ୍ରା, ସ୍ଥାନୀୟ ପରିବହନ, ବୋର୍ଡିଂ ଏବଂ ଲଜିଂ ବାବାଦରେ ସମସ୍ତ ଘର୍ଚ୍ଚ ହିସାବରେ ରହିଛି । ଭିନେଶ ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମରେ ସ୍ଥାନ ପାଇଛନ୍ତି ।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0