ପ୍ରତିବର୍ଷ ଠାରୁ ଏବର୍ଷ ରଥଯାତ୍ରା ଥିଲା ନିଆରା । ବିନା ଭକ୍ତରେ କୋଭିଡ଼ି କଟକଣା ଭିତରେ ସୁରକ୍ଷିତଭାବରେ ପାଳିତହୋଇଥିଲା ଚଳିତ ବର୍ଷ ତିନିଠାକୁରଙ୍କ ଘୋଷଯାତ୍ରା । ଠିକ ସେମିତି ଶ୍ରୀମନ୍ଦିର ପ୍ରସାଶନ ଆଉଏକ ନିସ୍ପତି ନେଇଛିନ୍ତି । ଏହାଦ୍ୱାରା ବର୍ଷସାରା ଭକ୍ତପାଇବ ତିନିରଥର ଦର୍ଶନ ।

ପ୍ରତିବର୍ଷ ରଥଯାତ୍ରା ପରେ ରଥଗୁଡିକୁ ଭଙ୍ଗାଯାଇ ସେଥିରେ ମହାପ୍ରସାଦ ପ୍ରସ୍ତୁତିରେ, ଜାଳେନି ଭାବେ ବ୍ୟବହାର କରାଯାଏ କିନ୍ତୁ ଚଳିତବର୍ଷ ଏହାକୁ ନଭାଙ୍ଗି, ମହାରଣା ସେବକଙ୍କ ଦ୍ୱାରା ମରାମତି କରାଯିବ ଓ ଏହାକୁ ଶ୍ରୀ ଜଗନ୍ନାଥ ବଲ୍ଲବ ମଠ ସଂଗ୍ରହାଳୟରେ ସଂରକ୍ଷଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି ।
ଏହା ମୁଖ୍ୟ ପ୍ରଶାସକ ଡଃ କ୍ରଷନ କୁମାର ପ୍ରକାଶ କରିଛନ୍ତି । ଏହିନିଷ୍ପତି କାର୍ଯ୍ୟକାରି ହେଲେ ବର୍ଷସାରା ଆସୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଏହାକୁ ଦେଖିବାର ସୁଯୋଗ ପାଇବେ । ଏହାଦ୍ୱାରା ମନ୍ଦିର ପ୍ରସାଶନରେ ଆଉ ଏକ ଇତିହାସ ସୃଷ୍ଟିହେବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0