କଟକ : ଡି-ବ୍ରଦର୍ସଙ୍କ ଘରେ ଥିବା ସିକ୍ରେଟ୍ ଚ୍ୟାମ୍ୱରରୁ ପୁଣି ମିଳିଲା ୩ ବନ୍ଧୁକ ଓ ୫ଟି ମ୍ୟାଗାଜିନ୍। ଏହାଛଡା ବେଡ୍ ରୁମ୍ରୁ ନଗଦ ସାଢ଼େ ୧୬ ଲକ୍ଷ ଟଙ୍କା କମିଶନରେଟ୍ ପୁଲିସ ଜବତ କରିଛି। ଆଜି ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଶ୍ରୀ ସିଂହ କହିଛନ୍ତି-“ଗତ ୨୫ ତାରିଖରେ ଧଳ ସାମନ୍ତ ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣାଯାଇ ଜେରା କରିଥିଲା। ଜେରା ସମୟରେ ସୁଶାନ୍ତ ଧଳସାମନ୍ତ ନିଜ ଘରେ ଥିବା ସିକ୍ରେଟ୍ ଚ୍ୟାମ୍ୱର ସମ୍ପର୍କରେ କହିଥିଲା। ତା’ପରେ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ରେଡ୍ ହୋଇଥିଲା। ଘର ଛାତରେ ସିକ୍ରେଟ୍ ଚ୍ୟାମ୍ୱର କରାଯାଇଥିଲା। ଏଥିରେ ବନ୍ଧୁକ ଓ ଗୁଳି ରଖାଯାଇଥିଲା। ଏହି ସିକ୍ରେଟ୍ ଚ୍ୟାମ୍ୱରରୁ ୩ଟି ବନ୍ଧୁକ, ୫ଟି ମ୍ୟାଗଜିନ୍, ୧୭୫ ଗୁଳି ଜବତ କରାଯାଇଛି। ଏହାଛଡ଼ା ବେଡ୍ ରୁମ୍ରୁ ନଗଦ ସାଢ଼େ ୧୬ ଲକ୍ଷ ଟଙ୍କା ଜବତ କରାଯାଇଛି। ଜବତ ଟଙ୍କା ବାଲିଘାଟ ଓ ମଦ ଦୋକାନରୁ ଲୋକ ଲଗାଇ ଦାଦାବଟି ଆଦାୟ କରାଯାଇଥିବା ଜଣାପଡ଼ିଛି।”



Visitors Today : 1
Total Visitors : 130301
Total Views : 9891804
Visitors Online Now : 0