spot_img

‘ଦିଲ୍ଲୀର କିଛି ଲୋକ ମୋତେ ଗଣତନ୍ତ୍ରର ଶିକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି’: ନରେନ୍ଦ୍ର ମୋଦ

ନୂଆଦିଲ୍ଲୀ: ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, କହିଲେ ମୋତେ ଲୋକତନ୍ତ୍ରର ପାଠ ପଢାଉଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଦେଶରେ ଲୋକତନ୍ତ୍ର ନାହିଁ ବୋଲି କହିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବର୍ଷିଛନ୍ତି । ସେ କହିଛନ୍ତି ଲୋକ ମୋତେ ଗଣତନ୍ତ୍ରର ପାଠ ପଢାଉଛନ୍ତି ହେଲେ ନିଜେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ପରେ ବି ପୁଡୁଚେରୀରେ ନିର୍ବାଚନ କରିବାକୁ ଦେଲେ ନାହିଁ । ପରୋକ୍ଷରେ ଏହାକୁ ନେଇ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ମୋଦି ଜମ୍ମୁ କାଶ୍ମୀରରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରି କହିଛନ୍ତି ରାଜ୍ୟର ଲୋକତନ୍ତ୍ରକୁ ମଜଭୁତ କରିଥିବାରୁ ଶୁଭେଚ୍ଛା ଜଣାଉଛନ୍ତି । ମୋଦି ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି ଜମ୍ମୁ କାଶ୍ମୀରର ନିର୍ବାଚନ ସ୍ପଷ୍ଟ ପ୍ରମାଣ କରୁଛି କି ଦେଶରେ ଲୋକତନ୍ତ୍ର କେତେ ମଜଭୁତ ରହିଛି । ଅନ୍ୟପଟେ ପୁଡୁଚେରୀରେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ପରେ ବି ମୁ୍ୟନିସିପାଲ ଇଲେକ୍ସନ ହୋଇପାରିଲା ନାହିଁ । କାରଣ ସେଠାକାର ସରକାର ଏହା କରାଇ ଦେଉ ନାହାନ୍ତି ବୋଲି ମୋଦି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular