spot_img

ରବିନ ଜ୍ୟାକମ୍ୟାନଙ୍କ ପରଲୋକ

ଇଂଲଣ୍ଡ : ପୂର୍ବତନ ଇଂଲଣ୍ଡ କ୍ରିକେଟର ରବିନ ଜ୍ୟାକମ୍ୟାନଙ୍କ ପରଲୋକ । ଇଂଲଣ୍ଡର ପୂର୍ବତନ କ୍ରିକେଟର ରବିନ ଜ୍ୟାକମ୍ୟାନ ୭୫ ବର୍ଷ ବୟସରେ ପରଲୋକ ହୋଇଛି । ସେ ଇଂଲଣ୍ଡ ପାଇଁ ୧୫ ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ଅତ୍ୟନ୍ତ ସଫଳ ପ୍ରଦର୍ଶନ କରିଥିଲେ। ୩୯୯ ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ସେ ୧,୪୦୨ ଉଇକେଟ ହାସଲ କରିଥିଲେ । ଅବସର ନେବା ପରେ ସେ ଦକ୍ଷିଣ ଆଫ୍ରିକାରେ କ୍ରିକେଟ ଭାଷ୍ୟକାର ଭାବେ କାର୍ଯ୍ୟକାରିଥିଲେ ଓ ସେଠାରେ ସ୍ତ୍ରୀ ୟୋଭୋନେଙ୍କ ସହ ରହି ଆସୁଥିଲେ । ତାଙ୍କ ଦେହାନ୍ତରେ ଅନ୍ତର୍ଜାତୀୟ କି୍ରକେଟ କାଉନସିଲ ତରଫରୁ ଶୋକ ପ୍ରକାଶ କରାଯାଇଛି । ପୂର୍ବତନ ନୁ୍ୟଜଲାଣ୍ଡ ବୋଲର ଓ ସାଥୀ ଭାଷ୍ୟକାର ଡାନି ମୋରିସନ ଟୁଇଟ କରି ଜ୍ୟାକମ୍ୟାନଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular