spot_img

ଗୁଳିମାଡ଼ କରି ଆକାଉଣ୍ଟାଣ୍ଟଙ୍କ ପାଖରୁ ଲୁଟ

ବାଲେଶ୍ବର: ବାଲେଶ୍ବର ବଣପାରିଆରେ ୧୬ନଂ ଜାତୀୟ ରାଜପଥରେ ଗୁଳିମାଡ଼ କରି ଲୁଟ୍ । ଆକାଉଣ୍ଟାଣ୍ଟଙ୍କ ନିକଟରୁ ୩ଲକ୍ଷ ୨୦ହଜାର ଟଙ୍କା ଲୁଟ୍ ଅଭିଯୋଗ । ୩ଜଣ ଲୁଟେରା ଏକ ମୋଟରସାଇକେଲରେ ଆସି ୨ରାଉଣ୍ଡ ଗୁଳି ଚଳାଇ ଲୁଟ କରିଥିବା ଜଣାପଡ଼ିଛି । ଲୁଟେରାଙ୍କ ଗୁଳି ମାଡ଼ରେ ଆକାଉଣ୍ଟାଣ୍ଟ ଅଶୋକ କୁମାର ଜେନା ଆହତ ହୋଇଛନ୍ତି । ତାଙ୍କ ବାମପାଦରେ ଗୁଳି ବାଜିଛି । ଅଶୋକ ନଅଟକିବାରୁ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଅଶୋକ ତଳେ ପଡ଼ିଯାଇଥିଲେ । ତାଙ୍କ ନିକଟରେ ଥିବା ଟଙ୍କା ବ୍ୟାଗ୍କୁ ନେଇ ଲୁଟେରାମାନେ ଚମ୍ପଟ ମାରିଛନ୍ତି । ସଦର ଥାନାର ମାତ୍ର ଏକ କିଲୋମିଟର ଦୂରରେ ଏଭଳି ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular