ଚଳିତ ବ ର୍ଷ ଡିସେମ୍ବର ୩୧ ତାରିଖରେ ଆୟକର ଦାଖଲ କରିବାର ଶେଷ ତାରିଖ ନିର୍ଦ୍ଧାରିତ ହୋଇଛି । ତେଣୁ ବିଭିନ୍ନ ଆଇଟି ରିଟର୍ଣ୍ଣ ସେଣ୍ଟର ଓ ସେବାକେନ୍ଦ୍ରରେ ଦେଖିବାକୁ ମିଳିଛି । ଫଳରେ ଟ୍ୟାକ୍ସ ଦାଖଲ ପାଇଁ ଉର୍ଦ୍ଧିଷ୍ଟ ସାଇଟରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଯାଉଛି । ବିଭାଗୀୟ ୱେବସାଇଟରେ ଟିକସ ଦାଖଲ ପାଇଁ ସଂଯୋଗ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଟିକସଦାତା ଟୁଇଟ୍ କରି ଆୟକର ରିଟର୍ନ ଦାଖଲ ପାଇଁ ଧାର୍ଯ୍ୟ ତାରିଖକୁ କିଛି ଦିନ ବୃଦ୍ଧି କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଟିକସଦାତା ଟୁଇଟ୍ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛନ୍ତି । ଏନେଇ ବିଭିନ୍ନ ସୋସିଆଲ ମିଡିଆ ବ୍ୟବହାରକାରୀ ସେମାନଙ୍କ ପୋଷ୍ଟ ଓ ପେଜ୍ ଜରିଆରେ ମଧ୍ୟ ନିବେଦନ କରିଥିବା ସୂଚନା ମିଳିଛି । ଅନେକ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମଧ୍ୟ କହିଛନ୍ତି, ରବିବାର ସକାଳ ୧୦ ରୁ ସନ୍ଧ୍ୟା ପର୍ଯ୍ୟନ୍ତ କେବଳ ୨ ରୁ ୩ ଟି ରିଟର୍ନ ଫାଇଲ୍ କରିବାରେ ସକ୍ଷମ ହୋଇଥିବା ବେଳେ ଅନେକ ସାଇଟ୍ ଖୋଲୁ ନଥିବା ଅଭିଯୋଗ କରିଛନ୍ତି । ଯେହେତୁ ବିଭାଗୀୟ ସାଇଟ ସଂଯୋଗରେ ସମସ୍ୟା ରହିଛି ଏବଂ ଟିକସଦାତା ଟିକସ ଦେବା ବା ରିଟର୍ନ ଫାଇଲ କରିବା ପାଇଁ ଆଗ୍ରହୀ ଅଛନ୍ତି ସରକାର ଏ କଥାକୁ ବିଚାରକୁ ନେଇ ଆଗାମୀ ତାରିଖ ବୃଦ୍ଧି ସମ୍ପର୍କରେ ନୋଟିସ ଜାରି କରିପାରନ୍ତି ବୋଲି ଆଶା କରାଯାଉଛି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0