spot_img

ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍

ଅନୁଗୋଳ : ଅନୁଗୋଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ଼୍ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଅନୁଗୋଳ ଓ କଟକ ଭିଜିଲାନ୍ସ ଟିମ ଏକକାଳୀନ ଚଢ଼ାଉ ଜାରି ରଖିଛି । ସୂଚନାଯୋଗ୍ୟ ଏ, ଅନୁଗୋଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କିରାଣୀଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣୀ ରୋହିତେଶ୍ବ ବାଗଙ୍କ ଘର, ଅଫିସ୍ ଏବଂ ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କିଛି ସମ୍ପତ୍ତି ଜବତ କରାଯାଇଥିବା ବେଳେ କିଛି ରେକର୍ଡ ଯାଞ୍ଚ ଚାଲିଥିବା ଜଣାପଡିଛି । ତାଙ୍କର ପୈତୃକ ଘର ଆଠମଲ୍ଲିକରେ ମଧ୍ୟ ରେଡ଼୍ ଚାଲିଛି । ଅନୁଗୋଳ ଏବଂ କଟକ ଭିଜିଲାନ୍ସ ଟିମ୍ ଏକ କାଳୀନ ଚଢ଼ାଉ କରିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular