ନୂଆଦିଲ୍ଲୀ: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖରେ ଏଲଏସିରେ ଉତ୍ତେଜନା ଜାରି ରହିଛି । ଏପରିସ୍ଥିତିରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୨୦୨୧ ଜାନୁୟାରୀରେ ଯୁଦ୍ଧାଭ୍ୟାସ “ସ୍କାଏରୋଜ୍” ଅନୁଷ୍ଠିତ ହେବ । ରାଜସ୍ଥାନ ଯୋଧପୁରରେ ହେବାକୁ ଥିବା ଯୁଦ୍ଧାଭ୍ୟାସରେ ଫ୍ରାନ୍ସର ଯୁଦ୍ଧବିମାନ ରଫାଲ ଅଂଶଗହଣ କରିବ । ଏଥିରେ ଅମ୍ବାଳା ୧୭ ସ୍କ୍ୱାଡ୍ରନର ରାଫାଲ ଏବଂ ସୁଖୋଇ ଏସୟୁ-୩୦ ଏମକେଆଇ ବିମାନ ମଧ୍ୟ ଯୋଗଦେବେ । ଭାରତ ଫ୍ରାନ୍ସ ମଧ୍ୟରେ ହେବାକୁ ଥିବ ଯୁଦ୍ଧଭ୍ୟାସ ନେି ଚାଇନାର ଚିନ୍ତା ବଢିବାରେ ଲାଗିଛି । ରାଫାଲ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ଫଳରେ ଭାରତର ପ୍ରତିରକ୍ଷା ଶକ୍ତି ବହୁଗୁଣା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟରେ ରଖି ଚାଇନା ନିଜ ରଣନୀତିରେ କେତେକ ପରିବର୍ତ୍ତନ କରିବା ଉପରେ ଜୋର ଦେଉଥିବା କୁହାଯାଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0