spot_img

ନୂଆବର୍ଷରୁ ଓଡ଼ିଶାରେ କରୋନା ଟିକା!

ଭୁବନେଶ୍ୱର : ନୂଆବର୍ଷ ଆରମ୍ଭରେ ରାଜ୍ୟରେ ‘କରୋନା’ ଟିକାକରଣ ହୋଇପାରେ। ଟିକାକରଣ ନେଇ କେନ୍ଦ୍ରସରକାଙ୍କ ନିର୍ଦ୍ଦେଶ ଆସିଲେ, ରାଜ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ସେ କହିଛନ୍ତି- “ଟିକା ଆସିବା ପରେ କିପରି ବଣ୍ଟନ ହେବ ସେ ନେଇ ରୂପରେଖ ପ୍ରସ୍ତୁତ ହୋଇଛି। ଏନେଇ ଦୈନିକ ଭାବେ ପ୍ରସ୍ତୁତି କରାଯାଉଛି। ଟିକାକରଣ ପ୍ରଥମ ପର୍ୟ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ। ଏନେଇ ୩ ଲକ୍ଷ ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ପୋର୍ଟାଲରେ ଅପ୍ଲୋଡ୍ ହୋଇଛି।”
ସେ ଆହୁରି କହିଛନ୍ତି- “ସେହିଭଳି ରାଜ୍ୟରେ ୧,୨୨୨ କୋଲ୍ଡ ଚେନ ପଏଣ୍ଟ ଟିକା ଦେବା ପାଇଁ ପ୍ରସ୍ତୁତ ରହିଛନ୍ତି। ଏହାସହ ଟିକାକରଣ ପାଇଁ ଆବଶ୍ୟକ ଥିବା ୨୧ ଲକ୍ଷ ସିରିଞ୍ଜ ଓ ୨୬ଟି ଆଇଏଲ୍ଆର୍ ମଧ୍ୟ ଆସିଛି। ଟିକାକରଣ ପାଇଁ ରାଜ୍ୟରେ ୮୦୦୦ରୁ ଅଧିକ କର୍ମୀ ପ୍ରସ୍ତୁତ ରହିଛନ୍ତି।”

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular