ମାଛଗଡ଼: ମାଛଗଡ଼ ଠାରେ MMCT Club ତରଫରୁ ୧୪ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି, ଏହି ଫାଇନାଲ ଖେଳରେ ଚଢେଇଭୋଳ ୮୩ ରନ ସଂଗ୍ରହ କରିଥିବା ବେଳେ ଭଗାମୁଣ୍ଡା ୬୩ ରନ କରି ଅଲ ଆଉଟ୍ ହୋଇଯାଇଛନ୍ତି। ଚଢେଇଭୋଳ ଦଳ ୬୩ ରନରେ ଭଗାମୁଣ୍ଡା ଦଳ ଠାରୁ ବିଜୟ ଲାଭ କରି ୧୦୦୦୧ ଟଙ୍କାର ପ୍ରଥମ ପୁରସ୍କାର ସିଏ ହାସଲ କରିଥିବା ବେଳେ। ଭଗାମୁଣ୍ଡା ଦଳ ଦ୍ବିତୀୟ ପୁରସ୍କାର ୬୦୦୧ ଟଙ୍କା ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ରଞ୍ଜନ କୁମାର ସାହୁ ସମ୍ମାନୀୟ ଅତିଥି ପୂର୍ବତନଜିଲ୍ଲା ପରିଷଦ ଟିପୁନାଥ ହୋ ,ସୁଫଲ ଦେହୁରୀ ମନୋଜ୍ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦଳକୁ ଉତ୍ସାହିତ କରିବା ସହିତ ଖେଳକୁ ସାଫ୍ୟଲ୍ୟ ମଣ୍ଡିତ କରିଥିଲେ। ଏହି ଖେଳର ସଂପାଦକ ଅଜୟ କୁମାର ଦାସ ସଭାପତି ଲଳିତ୍ କୁମାର ମହାନ୍ତ ଉପସଭାପତି ରୁପେଶ କୁମାର ସାହୁ କୋଷାଧ୍ୟକ୍ଷ ମିହିର ରଞ୍ଜନ ମହାନ୍ତ ପ୍ରମୁଖ ରହି ଖେଳକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0