କାମାକ୍ଷନଗର : ବନ ବିଭାଗ ପକ୍ଷରୁ କାମାକ୍ଷନଗର କୋଇ ଜଙ୍ଗଲରେ ଚଢାଉ । ଏହି ଚଢାଉରେ ଚୋରା କାଠ ବୋଝେଇ ଟ୍ରାକ୍ଟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ବନକର୍ମଚାରୀ । ଏହାସହ ଗୋଟିଏ ବାଇକକୁ ମଧ୍ୟ ଜବତ କରିଛି ବନବିଭାଗ । ଖବର ଅନୁଯାୟୀ, କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଇ ଜଙ୍ଗଲରୁ ଦୀର୍ଘଦିନ ହେବ ମାଫିଆମାନେ ଚୋରାରେ କାଠ ଚାଲାଣ କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ , ଆଜି ଭୋର ସମୟରେ କାଠ ଚୋରାଚାଲାଣ ବେଳେ ଚଢାଉ କରିଥିଲା ବନବିଭାଗ । ଚୋରା କାଠ କୋଇ ଜଙ୍ଗଲରୁ ଭୁବନ ବ୍ଲକ ଡହଣାବିଲ୍ଲି ଗାଁକୁ ବିକ୍ରି କରିବାକୁ ଯାଉଥିଲା । ଚୋରା କାଠ ବୋଝେଇ ଟ୍ରାକ୍ଟର ସହ ଡ୍ରାଇଭରକୁ ଗିରଫ କରାଯାଇଛି । ଚଢ଼ାଉ ବେଳେ କିଛି କାଠ ମାଫିଆ ବାଇକ ଛାଡି ପଳାଇଥିବା ସୂଚନା ରହିଛି । ଯାହାଫଳରେ ଘଟଣାସ୍ଥଳରୁ ଏକ ବାଇକକୁ ବନ କର୍ମଚାରୀ ମାନେ ଜବତ କରିବାରେ ସକ୍ଷମ ହୋଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0