ୱାଶିଂଟନ: ପୁଣି ଭବିଷ୍ୟବାଣୀ କଲେ ବିଲ୍ ଗେଟ୍ସ । ୨୦୨୧ ର ପ୍ରଥମ ମାସ କରୋନାର ନୂତନ ଷ୍ଟ୍ରେନ୍ ହେତୁ ବହୁତ ଚ୍ୟାଲେଞ୍ଜ ହୋଇପାରେ । ଏହି ନୂତନ ଷ୍ଟ୍ରେନ୍ ଶୀଘ୍ର ନିୟନ୍ତ୍ରଣ ହେବା ଆବଶ୍ୟକ । ତଥାପି, ସେ ୨୦୨୧ କୁ ନେଇ ସକାରାତ୍ମକ ଅଛନ୍ତି । ସେ ଲେଖିଛନ୍ତି ଆସନ୍ତା ବର୍ଷ ସକାରାତ୍ମକ ହେବାର ଦୁଇଟି କାରଣ ରହିଛି । ଗୋଟିଏ ହେଉଛି ମାସ୍କ , ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ପ୍ରୟାସ ହେତୁ ଭୂତାଣୁ ବିସ୍ତାର ହେବାର ଆଶଙ୍କା କମିଯିବ । ଏବଂ ଟିକାକରଣର ପ୍ରଭାବ ହେତୁ ଆସନ୍ତା କିଛି ମାସ ମଧ୍ୟରେ ବିଶ୍ୱସ୍ତରରେ ପରିବର୍ତ୍ତନ ଦେଖାଯିବ । ସେ ଏହି ପ୍ରସଙ୍ଗରେ ବିଶ୍ୱର ବୈଜ୍ଞାନିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯାହା କରୋନା ବିରୋଧରେ ଲଢେଇ ଫାଇଜଡର, ମଡର୍ନା ଏବଂ ଆଷ୍ଟ୍ରେଜେନିକା ଭଳି ଟିକା ସୃଷ୍ଟି ହୋଇଛି । ବିଶ୍ୱସ୍ତରରେ ସହଯୋଗ ପାଇଁ ୨୦୨୧ ରେ ମୁଁ ସକାରାତ୍ମକ ରହିଛି । ମୁଁ ଅନୁଭବ କରୁଛି ଯେ, ବିଶ୍ୱ କେବଳ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ନୁହେଁ ବରଂ ଜଳବାୟୁ ପରିବର୍ତ୍ତନ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ, ଯାହା ଆମ ପାଇଁ ସବୁଠାରୁ ଆହ୍ୱାନ ପୂର୍ଣ୍ଣ ହେବ ବୋଲି କହିଛନ୍ତି ବିଲ ଗେଡ୍ସ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0