ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଲୋକଙ୍କ ଯାତାୟତ ପାଇଁ ସବୁଠାରୁ ଶସ୍ତା, ସହଜ ଓ ସୁରକ୍ଷିତ ପରିବହନ ସେବା ‘ମୋ ବସ’ ଆଜି ରାତି ୮ଟା ଯାଏଁ ଚାଲିବ। ନୂଆବର୍ଷ ପାଳନ କଟକଣା ନେଇ ଭୁବନେଶ୍ୱର ଓ କଟକରେ କମିସନରେଟ ପୁଲିସ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିବା ଲାଗି କ୍ରୁଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ରାତି ୮ଟା ପରେ ‘ମୋ ବସ୍’ ସେବା ମିଳିବ ନାହିଁ। କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀମାନଙ୍କୁ ସନ୍ଧ୍ୟା ସାଢ଼େ ୫ଟାରେ ପୁରୀରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ପାଇଁ ଶେଷ ବସ ମିଳିବ। ସେହିପରି କୋଣାର୍କରୁ ମାଷ୍ଟରକ୍ୟାଣ୍ଟିନ ପାଇଁ ସନ୍ଧ୍ୟା ୫ଟା ୨୦ରେ ଶେଷ ବସ ଛାଡ଼ିବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0