spot_img

ଚାଇନା ନୈାସେନାକୁ ଗୁପ୍ତ ତଥ୍ୟ ଯୋଗାଉଛି ଅଣ୍ଡର ୱାଟର ଡ୍ରୋନ୍!

ହିନ୍ଦ ମହାସାଗରରେ ଚାଇନା,ଅଣ୍ଡରୱାଟର ଡ୍ରୋନ୍ ସଜାଇ ରଖିଥିବା ସୂଚନା ମିଳିଛି । ଚାଇନା ନୈାସେନାକୁ ଗୁପ୍ତ ତଥ୍ୟ ଯୋଗାଇବା ଏହାର ମୁଖ୍ୟ କାମ । ଏହି ତଥ୍ୟ ପ୍ରତିରକ୍ଷା ବିଶେଷଜ୍ଞ ଏଚଆଇ ସଟନ କରିଥିବା ଜଣାପଡିଛି । ଫୋର୍ବ ପତ୍ରିକାରେ ତାଙ୍କର ଏକ ଲେଖାରେ ସଟନ କହିଛନ୍ତି ଏହା ବହୁ ସଂଖ୍ୟାରେ ପାଣିତଳେ ଖଞ୍ଜା ଯାଇଛି ।ଏହାରି ମାଧ୍ୟମରେ ୨୦୨୦ ଫେବୃୟାରୀ ସୁଦ୍ଧା ୩ ହଜାର ୪ ଶହ ତଥ୍ୟ ପ୍ରାପ୍ତ ହୋଇଛି । ଆମେରିକା ତାର ନୌସେନାରେ ଯେଉଁ ଡ୍ରୋନ୍ ବ୍ୟବହାର କରୁଛି ଏହା ତାରି ଭଳି ବୋଲି କୁହାଯାଉଛି । ଯାହାକୁ ୨୦୧୬ ରେ ଚାଇନା ଧରିଥିଲା । ଆଉ ଏବେ ଚାଇନା ଏହିଭଳି ଡ୍ରୋନର ବ୍ୟବହାର କରୁଛି । ଏହି ଡ୍ରୋନର ବିଶେଷତ୍ୱ ହେଉଛି, ଏହି ଡ୍ରୋନ୍ ବେଶୀ ଦୂର ପର୍ଯ୍ୟନ୍ତ ଓ ବେଶୀ ସମୟ ପର୍ଯ୍ୟନ୍ତ ନଜର ରଖି ପାରିବ । ଏହି ଚାଇନା ଡ୍ରୋନ୍ ଲଗାତର ଭାବେ ସୂଚନା ଓ ସମୁଦ୍ର ମଧ୍ୟରୁ କିଛି ତଥ୍ୟ ଏକତ୍ର କରୁଛି । ଯାହା ଚାଇନା ନୌସେନା ଗୁପ୍ତ ତଥ୍ୟ ଯୋଗାଡ କରିବାରେ ବ୍ୟବହାର କରୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular