ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ଥିଓରି ପରୀକ୍ଷା ୨୦୨୧ ମେ’ ୪ରୁ ଆରମ୍ଭ ହେବ। ମାସାଧିକ କାଳ ଚାଲିବାକୁ ଥିବା ଏହି ପରୀକ୍ଷା ଜୁନ ୧୦ରେ ସରିବ। ତେବେ ଥିଓରି ପୂର୍ବରୁ ଉକ୍ତ ଦୁଇ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ପହିଲାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ/ପ୍ରୋଜେକ୍ଟ/ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା କରାଯିବ। ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଘୋଷଣା କରିଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0