ଭୁବନେଶ୍ୱର: ଅସିତ୍ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି । ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀ ତ୍ରିପାଠୀ ଅବସର ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଭାବେ ଦାୟିତ୍ୱ ତୁଲାଇବେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ଅସିତ୍ ଦାୟିତ୍ୱ ତୁଲାଇବେ। ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି, ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିବେ ।
ଅବସର ନେବା ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗତବର୍ଷ ଅଗଷ୍ଟରେ ସେ ମୁଖ୍ୟ ଶାସନ ସଚିବ ପଦରେ ଯୋଗ ଦେଇଥିଲେ। ଯୋଗ ଦେବା ସମୟରେ ଫାଇଲ୍ କାର୍ଯ୍ୟ ଜୋରରେ ହେବ ବୋଲି କହିଥିଲେ । ତାଙ୍କ ସମୟ ଭିତରେ ଫାଇଲ୍ କୌଣସି ଜାଗାରେ ଅଟକି ନାହିଁ । ବିଶେଷ କରି କରୋନା ମହାମାରୀ ମୁକାବିଲା ସମୟରେ ଦକ୍ଷତା ପ୍ରମାଣିତ ହୋଇଛି । ସୁଚିନ୍ତିତ ପଦକ୍ଷେପ ଓ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ କରୋନାର ସଫଳ ମୁକାବିଲା କରାଯାଇପାରିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।ଏତତ୍ ବ୍ୟତୀତ ରାଜ୍ୟର ମୁଖ୍ୟ ଶାସନ ସଚିବ ରୂପେ ଶୁକ୍ରବାର ବରିଷ୍ଠ ଆଇଏଏସ ଅଧିକାରୀ ସୁରେଶ ମହାପାତ୍ର ଦାୟିତ୍ୱ ଗ୍ରହଣ କରିବେ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0