ଭୁବନେଶ୍ୱର : ନୂଆବର୍ଷ ପ୍ରଥମ ସକାଳରୁ ଡବଲ ହେଲମେଟ୍ ବାଧ୍ୟତାମୂଳକ ଅଟେ। ଡ୍ରାଇଭର ସହିତ ପିଲିଅନ୍ ରାଇଡର୍ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ । ଜାନୁଆରୀ ୧ରୁ ନୂଆ ନିୟମ ଲାଗୁ ହେବା ସହ ଅମାନିଆଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ଗୁରୁବାର ରାଜ୍ୟ ସଡ଼କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ପରିବହନ ମନ୍ତ୍ରୀ କହିଛନ୍ତି ଯେ, ବାଇକ୍ ପଛରେ ବସି ଯାଉଥିବା ବ୍ୟକ୍ତି (ପିଲିଅନ୍ ରାଇଡର୍) ମଧ୍ୟ ହେଲମେଟ୍ ପିନ୍ଧିବା ଜରୁରି। ହେଲମେଟ୍ ନ ପିନ୍ଧି ଦ୍ରୁତଗତିରେ ଗାଡ଼ି ଚଳାଇବା ଦ୍ୱାରା ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଜୀବନ ହାନୀ ଘଟୁଛି। ବାଇକ୍ ପଛରେ ବସି ଯାଉଥିବା ବ୍ୟକ୍ତି ଯଦି ହେଲମେଟ୍ ପିନ୍ଧି ନଥିବେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ବାଇକ୍ ଚାଳକ ହେଲମେଟ୍ ପିନ୍ଧି ନଥିବେ, ତେବେ ଚେକିଂ ସମୟରେ ଗାଡ଼ିର ଅନ୍ୟ କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ। ଦୁର୍ଘଟଣା ହାର କମାଇବା ପାଇଁ ନୂଆବର୍ଷରେ କଡ଼ାକଡ଼ି ଭାବେ ଏହି ନିୟମକୁ କାର୍ଯ୍ୟକାରୀ କରାଯିବ।
ସୁପ୍ରିମକୋର୍ଟଙ୍କ ରୋଡ୍ ସେଫ୍ଟି କମିଟିଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0