spot_img

ରାଜ୍ୟରେ ଖସିବ ପାରଦ, ବଢିବ ଶୀତ

ଭୁବନେଶ୍ୱର :  ରାଜ୍ୟରେ ଶୀତ ସାମାନ୍ୟ ବଢ଼ିବ । ରାତିର ସର୍ବନିମ୍ନ ତାପମାତ୍ରା ୨୪ ଘଣ୍ଟା ଭିତରେ ପ୍ରାୟ ୨ଡିଗ୍ରୀ ସେଲସିୟସ୍‌ କମିବ। ପାଣିପାଗ ବିଭାଗ ଏପରି ପୂର୍ବାନୁମାନ କରିଛି । ଏବେ ରାଜ୍ୟରେ ଦୁଇଦିନ ହେବ ଥଣ୍ଡା ସାମାନ୍ୟ କମିଛି ।

ଶୁକ୍ରବାର ସକାଳୁ ଥଣ୍ଡା ସାମାନ୍ୟ ବଢ଼ିଛି । ଶୁକ୍ରବାର ରାତିର ତାପମାତ୍ରା ମଧ୍ୟ କିଛି ମାତ୍ରାରେ କମିପାରେ । ତା’ପରେ ପାରଦ ଆଉ ଖସିବନି । ଜାନୁଆରୀର ପ୍ରଥମ ସପ୍ତାହରେ ଶୀତ ପ୍ରକୋପ କମ୍‌ ରହିବ । ସେହିପରି ଜାନୁଆୀ ଦ୍ୱିତୀୟ ସପ୍ତାହରେ ମଧ୍ୟ ଥଣ୍ଡା ପ୍ରବାହ କମ୍‌ ରହିପାରେ । ତୃତୀୟ ସପ୍ତାହରେ ରାଜ୍ୟରେ ଭୀଷଣ ଶୀତ ଅନୁଭୂତ ହେବାର ସମ୍ଭାବନା ଅଛି । ସ୍ୱାଭାବିକଠାରୁ ୬ ଡିଗ୍ରୀ କମିପାରେ ସର୍ବନିମ୍ନ ତାପମାତ୍ରା । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ଦୁଇଦିନ ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular