spot_img

୮ ବର୍ଷ ପରେ ପଡିଆକୁ ଓହ୍ଲାଇଲେ ଭାରତୀୟ କ୍ରିକେଟର୍

ଥିରୁଅନ୍ତପୁରମ୍: ପ୍ରାୟ ୮ ବର୍ଷର ଦୀର୍ଘ ବ୍ୟବଧାନ ପରେ ଭାରତୀୟ କ୍ରିକେଟର ଏସ ଶ୍ରୀସନ୍ତ ପ୍ରତିଯୋଗୀତାମୂଳକ କ୍ରିକେଟକୁ ଫେରିବାମୁ ପ୍ରସ୍ତୁତି ହେଉଛନ୍ତି । ଆଗାମୀ ଘରୋଇ ସିରିଜ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଦ୍ରୁତ ବୋଲର ଶ୍ରୀସନ୍ତଙ୍କୁ କେରଳ ଦଳରେ ମନୋନୀତ କରାଯାଇଛି । ସେ ଆଗାମୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ କେରଳ ପାଇଁ ପେସ୍ ଆକ୍ରମଣର ନେତୃତ୍ୱ ନେବେ । ଘରୋଇ କ୍ରିକେଟ କାର୍ଯ୍ୟସୂଚୀ ପୂର୍ବରୁ ଶ୍ରୀସନ୍ଥ ୱାର୍ମ ଅପ ମ୍ୟାଚରେ ଅଶଂଗ୍ରହଣ କରିଥିଲେ । ଏହି ସମୟରେ ଏକ ଅଭ୍ୟାସ ମ୍ୟାଚରେ ଶ୍ରୀସନ୍ତଙ୍କ ପୁରୁଣା ଆକ୍ରମଣାତ୍ମକ ଫର୍ମ ମଧ୍ୟ ଦେଖିବାକୁ ମିଳିଥିଲା । ପଡିଆରେ ସବୁଠାରୁ ଆକ୍ରମଣାତ୍ମକ ରହୁଥିବା ଶ୍ରୀସନ୍ତ ମଧ୍ୟ ୱାର୍ମ ଅପ ମ୍ୟାଚ ସମୟରେ ବ୍ୟାଟ୍ସମ୍ୟାନଙ୍କୁ ସ୍ଲେଜିଂ କରିଥିଲେ । ଏହି ୩୭ ବର୍ଷୀୟ କ୍ରିକେଟର ମ୍ୟାଚ ଫିକ୍ସିଂ ଯୋଗୁ ବିସିଆଇ ତାଙ୍କୁ କ୍ରିକେଟରୁ ବାସନ୍ଦ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular