ନ୍ୟୁୟର୍କ: ଭାରତ ପାଇଁ ନୂଆ ବର୍ଷ ବହୁତ ଖାସ ହେବାକୁ ଯାଉଛି । ଜାନୁଆରୀ ପହିଲାରୁ ଭାରତ ପୁଣି ମିଳିତ ଜାତିସଂଘର ଅସ୍ଥାୟୀ ସଦସ୍ୟ ହେବାକୁ ଯାଉଛି । ୨୦୨୦ରେ ଭାରତ ଯେଭଳି ହିମାଳୟ ଉପରେ ଚୀନ ପକ୍ଷରୁ ଚ୍ୟାଲେଞ୍ଜର ସାମ୍ନା କରିଥିଲା ତାହାକୁ ନଜରରେ ରଖି ସାରା ଦୁନିଆର ନଜର ଭାରତ ଉପରେ ରହିଛି । ବିଶ୍ୱର ବହୁ ଦେଶକୁ ନିଜ ସାମ୍ରାଜ୍ୟବାଦ ନୀତି ଯୋଗୁ ହଇରାଣ କରୁଥିବା ଚୀନ କଶ୍ମୀର ପ୍ରସଂଗରେ ମଧ୍ୟ ପାକିସ୍ତାନକୁ ସହଯୋଗ କରୁଥିବା ନଜରକୁ ଆସିଥିଲା । ଏଭଳି ପରିସ୍ଥିତିରେ ମିଳିତ ଜାତିସଂଘରେ ଭାରତର ଦୁଇ ବର୍ଷର ସଦସ୍ୟତା ବଡ଼ ସୁଯୋଗ ହୋଇପାରେ ବୋଲି କୁହାଯାଉଛି । ମିଳିତ ଜାତି ସଂଘରେ ଚୀନ ନିଜ ସ୍ଥିତି ବହୁତ ସୁଦୃଢ଼ କରିସାରିଛି । ବଜେଟରେ ନିଜ ଯୋଗଦାନ ବଢ଼ାଇବା ସହ ସଂଗଠନର ଶୀର୍ଷ ଅଧିକାରୀଙ୍କ ସହ ସମ୍ପର୍କ ବଢ଼ିଛି । ଏଭଳି ସ୍ଥିତିରେ ଭାରତର ସଦସ୍ୟତା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ବର୍ତ୍ତମାନ ସମୟରେ ଅନ୍ୟ ପଡ଼ୋଶୀ ଦେଶମାନଙ୍କ ସହ ଚୀନ ମଧ୍ୟ ଏକ ବଡ଼ ବିପଦ ଭାବେ ଉଭା ହୋଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0