ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଷ୍ଟ୍ରେନ ଏବେ ଚାଇନାରେ ପ୍ରବେଶ କରିଛି। ବ୍ରିଟେନରୁ ଫେରିଥିବା ୨୩ ବର୍ଷୀୟ ଜଣେ ମହିଳା କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଛନ୍ତି। ଚାଇନାରେ ଚିହ୍ନଟ ହୋଇଥିବା ମହିଳା ଜଣକ ବ୍ରିଟେନରୁ ଫେରିଥିଲେ, ଯାହା ପରେ ସେ ଡିସେମ୍ବର ୧୪ ତାରିଖରେ ଟେଷ୍ଟ କରାଇଥିଲେ। ମହିଳାଙ୍କ ଭିତରେ ନୂଆ ଷ୍ଟ୍ରେନ ଦେଖାଦେବା ପରେ ତାଙ୍କୁ ଏବେ କ୍ୱାରେଣ୍ଟାଇନ କରିଦିଆଯାଇଛି। ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ଯାଞ୍ଚ କରାଯାଉଛି। କରୋନାଭାଇରସ ମହାମାରୀର ଉତ୍ପତିସ୍ଥଳ କୁହାଯାଉଥିବା ଚାଇନାରେ ଏବେ କରୋନାର ନୂଆ ରୂପ ଆସିବା ପରେ ଏବେ ସେଠାରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ଦିନରେ କରୋନାର ଏହି ନୂଆ ରୂପ ଚାଇନାରେ କେତେ ମାରାତ୍ମକ ହେବ, ତା’ର ଅନୁମାନ କରାଯାଇନାହିଁ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0