ନୂଆଦିଲ୍ଲୀ : ସେଲିବ୍ରିଟି ସେଫ ଗୋର୍ଡନ ରାମସେଙ୍କର ଏକ ମେନୁ ‘ଲାଲ ପିମ୍ପୁଡ଼ି ଚଟଣି’ ଖୁବ ଶୀଘ୍ର ଆୟୁଷ ମନ୍ତ୍ରାଳୟ ଦ୍ବାରା କରୋନା ବିରୋଧରେ ଏକ ସମ୍ଭାବ୍ୟ ଚିକିତ୍ସା ପଦ୍ଧତି ହୋଇପାରେ। କରୋନା ଚିକିତ୍ସା ପାଇଁ ଲାଲ ପିମ୍ପୁଡ଼ି ଚଟଣି ବ୍ୟବହାର ଭଳି ଏକ ପ୍ରସ୍ତାବ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ଓଡ଼ିଶା ହାଇକୋର୍ଟ ଗତକାଲି ଆୟୁଷ ମନ୍ତ୍ରାଳୟ ଏବଂ ସିଏସଆଇଆର ମହାନିର୍ଦ୍ଦେଶକଙ୍କୁ କହିଥିଲେ। ତେବେ ୩ ମାସ ମଧ୍ୟରେ ଏସଂକ୍ରାନ୍ତ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି। ଓଡ଼ିଶା ଏବଂ ଛତିଶଗଡ଼ ଭଳି ବିଭିନ୍ନ ରାଜ୍ୟର ଆଦିବାସୀ ପ୍ରବଣ ଅଞ୍ଚଳରେ ଲୋକମାନେ ସାଧାରଣ ଥଣ୍ଡା, କାଶ , ଶ୍ବାସକ୍ରୀୟାରେ ସମସ୍ୟା କିମ୍ବା ଅନ୍ୟ କୌଣସି ରୋଗରୁ ଉପଶମ ପାଇଁ ଲାଲ୍ ପିମ୍ପୁଡ଼ି ଚଟନି ଖାଇଥାନ୍ତି କିମ୍ବା ଏହାକୁ ସୁପରେ ବ୍ୟବହାର କରିଥାନ୍ତି। ତେବେ କରୋନା ରୋକିବାପାଇଁ ଲାଲ୍ ପିମ୍ପୁଡ଼ି ଚଟଣି ବ୍ୟବହାର ସଂକ୍ରାନ୍ତ ପ୍ରସ୍ତାବ ପ୍ରଥମେ ବାରିପଦାର ଜଣେ ଇଂଜିନିୟର ଏବଂ ବିଶେଷଜ୍ଞ ନୟାଧର ପଢ଼ିଆଳ ଗତ ଜୁନରେ ଦେଇଥିଲେ। ପରେ ସେ କୋର୍ଟରେ ଏନେଇ ଏକ ପିଆଇଏଲ ଦାଖଲ କରିଥିଲେ। କୋର୍ଟ ଏହି ପିଆଇଏଲ ଆଧାରରେ କରୋନା ଚିକିତ୍ସା ଦିଗରେ ଲାଲ ପିମ୍ପୁଡ଼ି ଚଟନି ବ୍ୟବହାର ସଂକ୍ରାନ୍ତ ନିଷ୍ପତ୍ତି ନେବାକୁ ଆୟୁଷ ମନ୍ତ୍ରୀୟାଳୟକୁ କହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0