ନୂଆଦିଲ୍ଲୀ: ଶନିବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ବୁଟା ସିଂହଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ପ୍ରଥମେ ଅକାଳି ଦଳର ଜଣେ ସଦସ୍ୟଭାବେ ସେ ନିର୍ବାଚନ ଲଢ଼ିବା ପରେ ୧୯୬୦ ଦଶକରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୬୨ରେ ରାଜସ୍ଥାନର ସାଧନା ନିର୍ବାଚନ ମଣ୍ଡଳୀରୁ ସିଂହ ପ୍ରଥମେ ଭାରତୀୟ ସଂସଦର ତୃତୀୟ ଲୋକସଭାକୁ ନିର୍ବାଚିତ ହୋଇଥିଲେ।କେନ୍ଦ୍ର ଗୃହମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ସମେତ ସେ ବିଭିନ୍ନ ସମୟରେ ଅନେକ ପଦପଦବୀରେ ଅବସ୍ଥାନ କରିଥିଲେ। ୨୦୦୭ରୁ ୨୦୧୦ଯାଏଁ ସେ ‘ନ୍ୟାସନାଲ କମିସନ ଫର୍ ସିଡ୍ୟୁଲଡ କାଷ୍ଟ’ର ସଭାପତି ଥିଲେ। ଜବାହରଲାଲ ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରୁ ସେ କଂଗ୍ରେସ ପାର୍ଟି ସହ ସମ୍ପୃକ୍ତ ଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ସମେତ ସେ ବିଭିନ୍ନ ସମୟରେ ଅନେକ ପଦପଦବୀରେ ଅବସ୍ଥାନ କରିଥିଲେ। ୨୦୦୭ରୁ ୨୦୧୦ଯାଏଁ ସେ ‘ନ୍ୟାସନାଲ କମିସନ ଫର ସିଡ୍ୟୁଲଡ କାଷ୍ଟ’ର ସଭାପତି ଥିଲେ।



Visitors Today : 2
Total Visitors : 130441
Total Views : 9891975
Visitors Online Now : 0