ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଳନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଗୃହ ମନ୍ତ୍ରାଳୟ ଚିଠି ଲେଖିଛି । ରାଷ୍ଟ୍ରୀୟସ୍ତରରେ ଲାଲକିଲ୍ଲାରେ ହେବାକୁ ଥିବା ସ୍ୱାଧୀନତା ଦିବସରେ କିଛି ପରିବର୍ତ୍ତନ ହେବ । ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ , ପତାକା ଉତ୍ତୋଳନ, ଜାତୀୟ ସଂଗୀତ ଗାନ ହେବା ପରେ ୨୧ ତୋପ ସଲମୀ ଦିଆଯିବ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଉତ୍ସବ ଶେଷ ହେବ ।
ସେହିପରି ରାଜ୍ୟସ୍ତରରେ ପତାକା ଉତ୍ତୋଳନ ଓ ମୁଖ୍ୟମନ୍ତ୍ରୀଙ୍କ ଭାଷଣ କାର୍ଯ୍ୟକ୍ରମ ମଧ୍ୟ ପାଳିତ ହେବ । ସ୍ୱାଧୀନତା ଦିବସ ପାଳନ ବେଳେ ଲୋକଙ୍କ ଗହଳି ନହେବା ସହ ସାମାଜିକ ଦୂରତ୍ୱ ବଜାୟ ରହିବ । ଏଥି ସହିତ ମାସ୍କ ପିନ୍ଧିବା ଜରୁରୀ ବୋଲି ଗାଇଡ଼ଲାଇନରେ ଉଲ୍ଲେଖ ହୋଇଛି । ସ୍ୱାଧୀନତା ଦିବସ ଉତ୍ସବକୁ କୋଭିଡ୍ ଯୋଦ୍ଧା , ଯଥା ଡାକ୍ତର , ନର୍ସ ଓ ସଫେଇ କର୍ମୀଙ୍କୁ ଡ଼କାଯିବ । ରାଜ୍ୟ ଭଳି ଜିଲ୍ଲା, ଉପଖଣ୍ଡ, ପଞ୍ଚାୟତରେ ମଧ୍ୟ କୋଭିଡ଼ ଯୋଦ୍ଧାମାନଙ୍କୁ ସାମିଲ କରିବାକୁ କୁହାଯାଇଛି । ଅଧିକ ଗହଳି ଏଡ଼ାଇବାକୁ ଟେକ୍ନୋଲଜି ବ୍ୟବହାର କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0