ହିଂଜିଳିକାଟୁ:ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନା ଘେରାଉ। ଅନୈତିକ ସମ୍ପର୍କ ସନେ୍ଦହକୁ ନେଇ ସ୍ଥାନୀୟ କାଞ୍ଜିଆମା ଗ୍ରାମବାସୀ ହିଂଜିଳିକାଟୁ ଥାନା ଘେରାଉ କରିଛନ୍ତି । ଉକ୍ତ ଗ୍ରାମର ଜଣେ ବିବାହିତ ସ୍ତ୍ରୀ ଲୋକ ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ସ୍ୱାମୀ ମୁମ୍ବାଇ ରେ ରହୁଛନ୍ତି ।କିନ୍ତୁ ଉକ୍ତ ସ୍ତ୍ରୀ ଲୋକ ନିକଟକୁ ସେହି ଗାଁ ର ଅନ୍ୟ ଜଣେ ଯୁବକ ଆସିବା ଗ୍ରାମବାସୀଙ୍କ ନଜରକୁ ଆସିଥିଲା । ଅନୈତିକ ସମ୍ପର୍କ ସନେ୍ଦହ କରି ସେହି ଯୁବକ କୁ ଧରିବା ପାଇଁ ଘର ର ଦୁଇପାର୍ଶ୍ଵ ର ଗ୍ରାମବାସୀ ଜଗି ରହିଥିଲେ। କିଛି ଘଣ୍ଟା ପରେ ସେହି ପୁଅ ଘରୁ ବାହାରିଥିଲା । ପରେ ଅଜଣା ଯୁବକ ଏତେ ସମୟ ଧରି କାହିଁକି ଉକ୍ତ ଘରେ ରହିଥିଲେ ଏନେଇ ଗାଁ ରେ ସଭା କରାଯାଇଥିଲା । ଏଥିସହ ଉଭୟଙ୍କୁ ଜରିମାନା ମଧ୍ୟ କରାଯାଇଥିଲା । ଏହା ପରେ ଘଟଣାକୁ ନେଇ ଉକ୍ତ ପୁଅ ଏବଂ ସ୍ତ୍ରୀ ଲୋକଙ୍କ ପକ୍ଷରୁ ଥାନା ରେ ଏତଲା ହୋଇଥିଲା। ଗତକାଲି ପୋଲିସ ଗାଁ ଯାଇ ପଚରାଉଚରା କରିଛି । ଗିରଫ ଭୟ ରେ କିଛି ସମୟ ପାଇଁ ଥାନା ଘେରାଉ କରିଥିଲେ ଗ୍ରାମବାସୀ। ଘଟଣା ସ୍ଥଳରେ ଥାନା ଅଧିକାରୀ ବୁଝାସୁଝା କରିବା ପରେ ଆନ୍ଦୋଳନ ରୁ ଓଲ୍ହାଇଛନ୍ତି ଗ୍ରାମବାସୀ। ଅନ୍ୟପଟେ ଏ ନେଇ ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0