ଭୁବନେଶ୍ବର: ଆଜି ରାଜ୍ୟର କେତେକ ପ୍ରସିଦ୍ଧ ମନ୍ଦିର ଖୋଲିଥିବାର ସୂଚନା ମିଳିଛି। ଆଜି କେନ୍ଦ୍ରାପଡ଼ାର ଆରଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ଖୋଲିଲା। ଏଥି ନିମନ୍ତେ ବଳଦେବଜୀଉ ଟ୍ରଷ୍ଟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ସେବାୟତଙ୍କୁ ଛାଡ଼ି ଦେଲେ ଭକ୍ତମାନେ ଅରୁଣ ସ୍ତମ୍ଭ ନିକଟରୁ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଶହେରୁ ଅଧିକ ଭକ୍ତ ବେଢ଼ା ଭିତରେ ଏକାଠି ଉପରେ କଟକଣା ଲଗାଯିବା ସହିତ କୋଭିଡ୍ କଟକଣା ମାନି ଶୃଙ୍ଖଳିତ ଦର୍ଶନ ଉପରେ ଅଧିକ ଗୁରୁତ୍ବାରୋପ କରାଯାଇଛି। ଭକ୍ତମାନେ ମନ୍ଦିର ସମ୍ମୁଖରେ ହାତ,ଗୋଡ଼ ପରିଷ୍କାର କରି ମନ୍ଦିରକୁ ପ୍ରବେଶ କରୁଛନ୍ତି। ମାସ୍କ ପରିଧାନ, ହାତ ସାନିଟାଇଜ ଏବଂ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରାଯାଇଛି। ଶ୍ରୀଜୀଉଙ୍କୁ ଦର୍ଶନ କରିସାରିବା ପରେ ମନ୍ଦିର ଦେଉଳରୁ ଉତ୍ତର ଓ ଦକ୍ଷିଣ ଦ୍ବାରା ବାଟେ ମନ୍ଦିର ବେଢା ଦେଇ ପ୍ରସ୍ଥାନ କରୁଥିବା ଦେଖିବାକୁ ମିଳିଛି।ଏଣେ ୯ମାସ ପରେ ଭୁବନେଶ୍ବରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ମଧ୍ୟ ଖୋଲିଛି। ସେହିପରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ମନ୍ଦିର ବି ଆଜି କୋଭିଡ କଟକଣା ଭିତରେ ଖୋଲିଛି। ଦୀର୍ଘ ମାସର ପ୍ରତୀକ୍ଷା ପରେ ଆଜି ମା’ ସମଲେଇଙ୍କ ଦର୍ଶନ ଲାଭ କରିଛନ୍ତି। ସକାଳ ୬ଟାରୁ ଦର୍ଶନ ଆରମ୍ଭ ହୋଇଛି।କୋଭିଡ୍-୧୯ ମହାମାରୀ କାରଣରୁ ପ୍ରାୟ ଦଶ ମାସ ଧରି ବନ୍ଦ ରହିଥିବା ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମର ଆରାଧ୍ୟ ଦେବୀ ମାଆ ତାରାତାରିଣୀଙ୍କର ମନ୍ଦିର ରବିବାର ସକାଳୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି। ଆଜି ପାହାନ୍ତା ୪.୩୦ରେ ମନ୍ଦିରର ଦ୍ୱାରାଫିଟା ନୀତି ଅନୁଷ୍ଠିତ ହେବା ପରେ ମଙ୍ଗଳ ଆଳତି, ମାର୍ଜନା, ସିଂହାର ଓ ପହିଲି ଭୋଗ ଆଦି ନୀତି ସମ୍ପନ୍ନ ହୋଇଥିଲା।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0