spot_img

ଆଜିଠୁ ଖୋଲିଲା ଗଞ୍ଜାମର ତାରାତାରିଣୀ ମନ୍ଦିର

ଗଞ୍ଜାମ: ଆଜିଠୁ ଗଞ୍ଜାମର ଆରାଧ୍ୟ ଦେବୀ ମାଆ ତାରାତାରିଣୀଙ୍କର ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି।କୋଭିଡ୍-୧୯ ମହାମାରୀ କାରଣରୁ ପ୍ରାୟ ଦଶ ମାସ ଧରି ବନ୍ଦ ରହିଥିଲା ମନ୍ଦିର । ଆଜି ପାହାନ୍ତା ୪.୩୦ରେ ମନ୍ଦିରର ଦ୍ୱାରାଫିଟା ନୀତି ଅନୁଷ୍ଠିତ ହେବା ପରେ ମଙ୍ଗଳ ଆଳତି, ମାର୍ଜନା, ସିଂହାର ଓ ପହିଲି ଭୋଗ ଆଦି ନୀତି ସମ୍ପନ୍ନ ହୋଇଥିଲା। ସକାଳ ୬.୧୫ରେ ବେଳେ ମାଆଙ୍କର ମହାଆଳତି ଶେଷ ହେବା ପରେ ସାହାଣମେଲା ଆରମ୍ଭ ହୋଇଛି। ଦର୍ଶନାର୍ଥୀ ତଥା ଭକ୍ତମାନେ ଧାଡ଼ିରେ ଦେବୀ ଦର୍ଶନ ନିମନ୍ତେ ଧାଡ଼ି ବାନ୍ଧିଛନ୍ତି। କୋଭିଡ୍-୧୯ କଟକଣା ଯୋଗୁଁ ମନ୍ଦିରର ଗର୍ଭଗୃହ ବାରଣ କରାଯାଇଥିବାରୁ ଦର୍ଶନାର୍ଥୀମାନେ ଜଗମୋହନରେ ରହି ଦର୍ଶନ କରୁଛନ୍ତି। ଦେବୀ ଦର୍ଶନ ନିମନ୍ତେ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ସର୍ବସାଧାରଣଙ୍କୁ ଅନୁମତି ମିଳିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି। ପାହାଡ଼ ଶିଖରରେ ଅବସ୍ଥିତ ଏହି ମନ୍ଦିର ନିକଟକୁ ଯାନବାହନ ନେଇ ଯିବା ନିଷେଧ ହୋଇଥିବାରୁ ଦର୍ଶନାର୍ଥୀମାନେ ପାହଚ ଦେଇ ଚାଲି ଚାଲି ଯାଉଛନ୍ତି। ଏହାଛଡ଼ା, ପ୍ରଥମ କରି ଆଜି ଠାରୁ ତଳୁ ମନ୍ଦିର ପର୍ୟ୍ୟନ୍ତ ଯିବା ଲାଗି ସ୍ୱତନ୍ତ୍ର ବସ ଚଳାଚଳ ଆରମ୍ଭ କରାଯାଇଛି। ବସରେ ଯିବା ଆସିବା ନିମନ୍ତେ ୩୦ ଟଙ୍କା ଦର ଧାର୍ୟ୍ୟ କରାଯାଇଛି। ଆଜି ପ୍ରଥମ ଦିନରେ ଦର୍ଶନାର୍ଥୀ ତଥା ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବନ୍ଦୋବସ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular