spot_img

ସାଧାରଣତନ୍ତ୍ର ଦିବସ ପରେଡରେ ଭାଗ ନେବ ବାଂଲାଦେଶ ସେନା

ନୂଆଦିଲ୍ଲୀ: ଏବର୍ଷର ସାଧାରଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ସେନାର ଏକ ‘ମାର୍ଚିଙ୍ଗ କଣ୍ଟିଜେଣ୍ଟ’ ଅଂଶଗ୍ରହଣ କରିବ ବୋଲି ଶନିବାର ଦିନ ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଭାରତର ଏହି ବୃହତ୍ତମ ଉତ୍ସବର ଅଂଶବିଶେଷ ଭାବେ ରାଜପଥରେ କୌଣସି ବିଦେଶୀ ସେନା ‘ମାର୍ଚିଙ୍ଗ’ କରିବାରେ ଏହା ହେଉଛି ଦ୍ୱିତୀୟ ଘଟଣା। ୨୦୧୬ରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡରେ ଫରାସୀ ସେନା ‘କଣ୍ଟିଜେଣ୍ଟ’ର ୧୩୦ଜଣ ଯବାନ ରାଜପଥରେ ‘ମାର୍ଚିଙ୍ଗ’ କରିଥିଲେ। ସେ ବର୍ଷ ଏହି ଜାତୀୟ ଉତ୍ସବରେ ଆୟୋଜିତ ପରେଡରେ ମୁଖ୍ୟ ଅତିଥି ଥିଲେ ଫ୍ରାନ୍ସର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କୋଇସ ହଲାଣ୍ଡେ। ଦୁଇ ଦେଶ ‘ବାଂଲାଦେଶ ଜନ୍ମ’ର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବା ବେଳେ ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରିବା ନିମନ୍ତେ ଭାରତ ବାଂଲାଦେଶ ସେନାକୁ ନିମନ୍ତ୍ରଣ କରିଛି। ବାଂଲାଦେଶର ଏହି ‘ମାର୍ଚିଙ୍ଗ କଣ୍ଟିଜେଣ୍ଟ’ରେ ରହିବେ ୯୬ଜଣ ଯବାନ। ଅସ୍ତ୍ରଭାବେ ସେମାନଙ୍କ ପାଖରେ ଥିବ ‘ବିଡି-୦୮’ ରାଇଫଲ। ଏହା ହେଉଛି ଚୀନର ‘ଟାଇପ ୮୧୭.୬୨ ଏମଏମଆସଲଟ ରାଇଫଲ ପରିବର୍ତ୍ତିତ ତଥା ଲାଇସେନସପ୍ରାପ୍ତ ରଇଫଲ। ପ୍ରତିବର୍ଷ ବାଂଲାଦେଶର ‘ଅର୍ଡନାନ୍ସ୍’ ଫ୍ୟାକ୍ଟ୍ରିମାନଙ୍କରୁ ଏହି ପ୍ରକାରର ୧୦, ୦୦୦ରୁ ଅଧିକ ରାଇଫଲ ଉତ୍ପାଦନ କରାଯାଉଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular