ନୂଆଦିଲ୍ଲୀ: କୋଭାସିଲଡ’ ଏବଂ ଭାରତ ବାୟୋଟେକର ‘କୋଭାକ୍ସିନକୁ ମିଳିଲା ଅନୁମୋଦନ । ଭାରତରେ ବ୍ୟବହାର ନିମନ୍ତେ ‘ଡ୍ରଗସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ’ (ଡିସିଜିଆଇ) ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ‘କୋଭାସିଲଡ’ ଏବଂ ଭାରତ ବାୟୋଟେକର ‘କୋଭାକ୍ସିନ’ କରୋନଭାଇରସ ଟିକାକୁ ଔପଚାରିକ ଭାବେ ଅନୁମୋଦନ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ‘ଡ୍ରଗସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ’ ଡାକ୍ତର ଭି ଜି ସୋମାନି କହିଛନ୍ତି, ଟିକା ସବୁ ଦୁଇଟି ଡୋଜରେ ଦିଆଯିବ। ‘ସବଜେକ୍ଟ ଏକ୍ସପର୍ଟ କମିଟି ଅଫ ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ’ର ସୁପାରିସକ୍ରମେ ‘ଡିସିଜିଆଇ’ ଭାରତରେ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଏହି ଦୁଇଟି ଟିକାକୁ ଔପଚାରିକ ଭାବେ ସ୍ୱୀକୃତି ଦେଇଛନ୍ତି। ଜରୁରୀକାଳୀନ ବ୍ୟବହାର ନିମନ୍ତେ ‘କୋଭାସିଲଡ’କୁ ଜାନୁଆରି ୧ ତାରିଖ ଦିନ ଅନୁମୋଦନ ମିଳିଥିଲା। କିନ୍ତୁ, ‘କୋଭାକ୍ସିନ’ର ନିୟନ୍ତ୍ରିତ ବ୍ୟବହାର ନିମନ୍ତେ ଜାନୁଆରି ୨ ତାରିଖ ଦିନ ଅନୁମତି ମିଳିଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0