spot_img

ଆସନ୍ତା ୧୧ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର  :  ସ୍କୁଲ ପରେ ଏବେ କଲେଜ ଓ ବିଶ୍ୱବିଦ୍ୟାଳୟ । ଆସନ୍ତା ୧୧ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୧୫ ଯାଏଁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢା ଜାରି ରହିବ । ଏହି ସମୟରେ ବାକି ଥିବା ଶେଷ ସେମିଷ୍ଟାରର ମଧ୍ୟ ପରୀକ୍ଷା କରାଯିବ । ମାର୍ଚ୍ଚ ୧୫ ରୁ ୩୧ ଯାଏ ପରୀକ୍ଷା କରାଯିବ । ଏପ୍ରିଲ ୩୦ରେ ବାହାରିବ ସେମିଷ୍ଟାର ପରୀକ୍ଷା ଫଳ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular