ନୂଆଦିଲ୍ଲୀ: ଆଗାମୀ ସପ୍ତାହମାନଙ୍କରେ ‘କୋଭିସିଲଡ’ର ହେବ ଶୁଭାରମ୍ଭ । ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ବିକଶିତ କରୋନାଭାଇରସ ଟିକା ‘କୋଭିସିଲଡ’ ପ୍ରସ୍ତୁତ କରିବ ବୋଲି ‘ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ’ର ‘ସିଇଓ’ ଅଦର ପୁନାଓ୍ଵାଲା କହିଛନ୍ତି। ଶୁଭାରମ୍ଭ ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ବିକଶିତ କରୋନାଭାଇରସ ଟିକା ‘କୋଭିସିଲଡ’ ପ୍ରସ୍ତୁତ ବୋଲି ରବିବାର ଦିନ ‘ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ’ର ‘ସିଇଓ’ ଅଦର ପୁନାଓ୍ଵାଲା କହିଛନ୍ତି। ସୀମିତ ଜରୁରୀକାଳୀନ ବ୍ୟବହାର ନିମନ୍ତେ ‘କୋଭିସିଲଡ’କୁ ଭାରତର ‘ଡ୍ରଗସ ରେଗୁଲେଟର’ ଅନୁମୋଦନ ଦେବା ପରେ ପୁନାଓ୍ଵାଲା ଏହି ମନ୍ତବ୍ୟ ଦେଇଛନ୍ତି। ଟୁଇଟ କରି ସେ ଲେଖିଛନ୍ତି, ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା! ଟିକା ଗଚ୍ଛିତ ରଖି ସିରମ୍ ଇନଷ୍ଟିଚ୍ୟୁଟ ଯେଉଁ ଆଶଙ୍କା ମଧ୍ୟରେ ଥିଲା, ଶେଷରେ ତାହା ଦୂର ହୋଇଛି। ଅନୁମୋଦନ ପାଇଥିବା ଭାରତର ପ୍ରଥମ କୋଭିଡ୍-୧୯ ଟିକା ‘କୋଭିସିଲଡ’ ନିରାପଦ, ଫଳପ୍ରଦ ଏବଂ ଆସନ୍ତା ସପ୍ତାହମାନଙ୍କରେ ଏହାର ଶୁଭାରମ୍ଭ ହେବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0