ଶିମଲା: ହିମାଚଳପ୍ରଦେଶରେ ପ୍ରବଳ ଥଣ୍ଡା ପଡ଼ିବା ସହିତ ତୁଷାରପାତ ଜାରି ରହିଛି। ଏହି କାରଣରୁ ଏପରି ସ୍ଥାନକୁ ଯାତ୍ରା କରିବା ପାଇଁ ପାଣିପାଗ ବିଭାଗ ଚେତାବନୀ ଦେଇଥିଲା। ଏହା ସତ୍ତ୍ବେ ବି ଏପରିସ୍ଥଳକୁ ଯାତ୍ରୀମାନେ ଯାତ୍ରା କରିଥିଲେ। ଯାତ୍ରା ସମୟରେ ପ୍ରବଳ ତୁଷାରପାତ ହୋଇଥିବାରୁ ରୋହତଙ୍ଗର ଅଟଳ ଟନେଲ ନିକଟରେ ପାଖାପାଖି ୩୦୦ ପର୍ୟ୍ୟଟକ ଫସି ଯାଇଥିଲେ। ଏହି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ପୁଲିସ ଉଦ୍ଧାର କରିଛି। ସେହିପରି ଜମ୍ମୁ-କଶ୍ମୀରର ଜାତୀୟ ରାଜପଥରେ ବି ପ୍ରବଳ ତୁଷାରପାତ ହେତୁ ଟ୍ରାଫିକ ସମସ୍ୟା ଦେଖା ଦେଇଛି। କୁଲ୍ଲୁ ଏସପି ଗୌରବ ସିଂଙ୍କ କହିବାନୁସାରେ, ମନାଲି ଫେରିବା ସମୟରେ କେତେକ ପର୍ୟ୍ୟଟକ ଅଟକ ଟନେଲ ଅତିକ୍ରମ କରିସାରିଥିବା ବେଳେ ଆଉ କିଛି ପର୍ୟ୍ୟଟକମାନେ ରାସ୍ତାରେ ବରଫ ଜମି ରହିବା ଯୋଗୁଁ ସେଠାରେ ଅଟକି ଯାଇଥିଲେ। ଲାହାଉଲ ଅଞ୍ଚଳରେ ରହିବାର କୌଣସି ସୁବିଧା ନଥିବାରୁ ପର୍ୟ୍ୟଟକମାନେ ନିଜନିଜ ଗାଡ଼ିରେ ବସି ରହିବାକୁ ବାଧ୍ୟ ହୋଇଥିଲେ। ଫସିଥିବା ପର୍ୟ୍ୟଟକକୁ ଉଦ୍ଧାର କରିବା ପାଇଁ ୭୦ଟି ଗାଡ଼ି ପଠାଯାଇଥିଲା। ଯେଉଁଥିରେ ୪୮ସିଟ ଥିବା ବସ ଓ ୨୪ଟି ସିଟ ଥିବା ପୁଲିସ ବସ ରହିଛି। ଏଥିସହିତ ଏକ ପୁଲିସ କୁଇକ ରିଆକସନ ଟିମକୁ ପଠାଯାଇଛି। କାରଣ ଘଟଣାସ୍ଥଳରେ ଯେପରି କୌଣସି ଦୁର୍ଘଟଣା ଘଟି ନଯାଉ। ମନାଲି ଡିଏସପି ଓ ଏସଏଚଓ ଉଭୟେ ଏହି ଉଦ୍ଧାର କାର୍ୟ୍ୟରେ ସାମିଲ ରହିବା ସହିତ ରୋଡସ ଅରଗାନାଇଜେସନ ଅଧିକାରି ବି ଅଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0