spot_img

ରୋହିତ ଶର୍ମାଙ୍କ ସମେତ ୫ଜଣ ଭାରତୀୟ ଖେଳାଳି ଆଇସୋଲେଶନରେ

ମେଲବୋର୍ନ: ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କ ସମେତ ୫ ଜଣ ଭାରତୀୟ ଖେଳାଳିଙ୍କୁ ଆଇସୋଲେଶନରେ ରଖାଯାଇଛି । ଜୈବ ସୁରକ୍ଷା ପ୍ରୋଟୋକଲର ସମ୍ଭାବ୍ୟ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଆଇସୋଲେଶନରେ ରଖାଯାଇଛି । ଓପନର ଶୁବମନ ଗିଲ, ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ, ନବଦୀବ ସଇନି, ପୃଥ୍ୱୀ ଶ ଓ ରୋହିତ ଶର୍ମାଙ୍କୁ ଆଇସୋଲେସନରେ ରଖାଯାଇଥିବା କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ କୁହାଯାଇଛି । ଏହି ଖେଳାଳିମାନଙ୍କ ମେଲବୋର୍ନରେ ଏକ ଇନଡୋର ରେଷ୍ଟୁରାଣ୍ଟରେ ଖାଇବାର ଏକ ଭିଡିଓ ଭାଇରାଲ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଫଳରେ ଏହି ୫ ଜଣ ଖେଳାଳି ଦଳର ବାକି ସଦସ୍ୟମାନଙ୍କଠାରୁ ଅଲଗା ରହିବା ସ୍ପଷ୍ଟ ହୋଇଛି । ପ୍ରଥମେ ଏ ନେଇ କୌଣସି ତଦନ୍ତର ଆବଶ୍ୟକତା ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତରଫରୁ କୁହଯାଉଥିଲେ ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆ କିନ୍ତୁ ଭିନ୍ନ ମତ ଦେଇଛି । ଅଷ୍ଟ୍ରେଲୀୟ ଗଣମାଧ୍ୟମ ଏନେଇ ପ୍ରକାଶ କରିଥିବା ରିପୋର୍ଟକୁ ବିସିସିଆଇ ଖଣ୍ଡନ କରିଥିଲା । ଖେଳାଳିମାନେ ପ୍ରୋଟୋକଲର ଉଲ୍ଲଂଘନ କରିନାହାନ୍ତି ବୋଲି ବିସିସିଆଇ ସ୍ପଷ୍ଟ ଭାବେ କହିଥିଲା । ତେବେ ବିସିସିଆଇ ସହିତ ମିଳିତ ଭାବେ ଏ ତଦନ୍ତ କରିବେ ବୋଲି ସିଏ ତରଫରୁ କୁହାଯାଇଛି । ଫଳରେ ଘଟଣା ଭିନ୍ନ ମୋଡ ନେଇଛି । ଯଦି ଖେଳାଳିମାନଙ୍କ ତ୍ରୁଟି ପ୍ରମାଣିତ ହୁଏ ତେବେ ଟିମ୍ ଇଣ୍ଡିଆ ପାଇଁ ନିଶ୍ଚିତ ଭାବେ ସମସ୍ୟା ସୃଷ୍ଟି ହେବ । କାରଣ ଏହି ୫ ଜଣ ଖେଳାଳିଙ୍କ ମଧ୍ୟରୁ ୩ ଜଣ ତୃତୀୟ ଟେଷ୍ଟ ଖେଳିବା ଏକ ପ୍ରକାର ନିଶ୍ଚିତ ଥିଲା ନବଦୀପ ସିଂ ନାମକ ଜଣେ ପ୍ରଶଂସକ ଟୁଇଟରରେ ଏହି ଖେଳାଳିମାନେ ମେଲବୋର୍ନରେ ଏକ ଇନଡୋର ରେଷ୍ଟୁରାଣ୍ଟରେ ଖାଇବାର ଭିଡିଓ ଶେୟାର କରିଥଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular