ପୁରୀ : ଭୁବନେଶ୍ବରର ଭକ୍ତ ଶିବପ୍ରସାଦ ପଣ୍ଡା ମହାପ୍ରଭୁଙ୍କୁ ୨୧ କେଜି ରୁପା ଦାନ କରିଛନ୍ତି। ଶ୍ରୀ ପଣ୍ଡା ସପରିବାର ଆଜି ଶ୍ରୀମନ୍ଦିର କାର୍ୟ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କୁ ଏହି ରୁପା ହସ୍ତାନ୍ତର କରିଛନ୍ତି। ଶ୍ରୀ ପଣ୍ଡା ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ଅଧିଷ୍ଠିତ ଭୂଦେବୀ, ଶ୍ରୀଦେବୀ ଓ ଦକ୍ଷିଣୀ ଘରେ ବିଜେ ମଦନମୋହନଙ୍କ ନୂତନ ପ୍ରଭା ନିର୍ମାଣ ପାଇଁ ଏହି ରୁପା ଦାନ କରିଛନ୍ତି। ସୂଚନାଯୋଗ୍ୟ, ମଦନମୋହନ, ଭୂଦେବୀ, ଶ୍ରୀଦେବୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଅଟନ୍ତି। ବିଭିନ୍ନ ଯାନିଯାତ୍ରା ସମୟରେ ଏହି ଚଳନ୍ତି ବିଗ୍ରହଙ୍କ ଦ୍ବାରା ନୀତିକାନ୍ତି ସମ୍ପନ୍ନ ହୋଇଥାଏ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0