spot_img

ସୁବର୍ଣ୍ଣପୁରରେ ୫୦ଟିକିଆ ହାତୀ ପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ କମୁନାହିଁ ହାତୀ ଉପଦ୍ରବ । ଦୀର୍ଘ ୨ ମାସରୁ ଅଧିକ ସମୟ ହେବ ଜିଲ୍ଲାରେ ବଢିବଢି ଚାଲିଛି ହାତୀ ଉପଦ୍ରବ । ପ୍ରଥମେ ଧାନ ଫସଲ ଆଉ ଘରମୁହାଁ ହୋଇଛନ୍ତି ହାତୀପଲ । ଘର ଭାଙ୍ଗିବା ସହ ଖାଇଯାଉଛନ୍ତି ଧାନ ଚାଉଳ । ନଷ୍ଟ କରିଦେଉଛନ୍ତି ଘରର ଆସବା ପତ୍ର । ଭୟ ଆଉ ଆଶଙ୍କାରେ ଏବେ ଘର ଉପରେ ତାରପୋଲିନ ଢାଙ୍କି ରହୁଛନ୍ତି ଲୋକେ ।

ପାଖାପାଖି ୪୦ରୁ ୫୦ଟି ହାତୀ ଆସି ଗିନ୍ଦିଲାମାଲ ଗାଁରେ ଉପଦ୍ରବ ମଚାଇଛନ୍ତି । ସଂଧ୍ୟା ହେଲେ ଘର ଛାତ ଉପରକୁ ପୁରା ପରିବାର ଚାଲିଯାଉଛନ୍ତି । ସେଠି ମସାଲ ପ୍ରସ୍ତୁତ କରି ରାତିସାରା ଚେଇଁ ରହୁଛନ୍ତି । ଏଣୁ ଏବେ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ସହ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି କ୍ଷତିଗ୍ରସ୍ତ । ସେପଟେ ହାତୀ ଘଉଡାଇବା ସହ କ୍ଷତିଗ୍ରସ୍ତଙ୍କୁ ସରକାରୀ ବିଧି ବ୍ୟବସ୍ଥା ଅନୁସାରେ ସହଯୋଗ କରାଯାଉଥିବା କହିଛନ୍ତି ରେଞ୍ଜର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular