ଚିଲିକା: ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା । ପକ୍ଷୀ ଗଣନା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ । ପାଂଚଟି ରେଞ୍ଜରେ ୨୧ଟି ଟିମ ନିୟୋଜିତ ହେବେ । ସେଥିମଧ୍ୟରୁ ୧୯ଟି ଟିମ ଜଳ ଭାଗରେ ଏବଂ ୧୨ଟି ଟିମ ସ୍ଥଳ ଭାଗରେ ଗଣନା କରିବେ । ପ୍ରତିବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା କରାଯାଏ । ଏହି ଆଧାରରେ ଆସନ୍ତାକାଲି ସକାଳ ୫ରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ । ଏନେଇ ଆଜି ଚିଲିକା ବନ୍ୟ ଉନ୍ନୟନ କତୃପକ୍ଷ କାର୍ଯ୍ୟାଳୟରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି, ଅଧିକାରୀ , କର୍ମକର୍ତା , ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଷାରଦ ଏବଂ ଅନ୍ୟ କର୍ମକର୍ତା ମାନେ ଯୋଗ ଦେଇଥିଲେ । ଶିବିରରେ ସମସ୍ତଙ୍କୁ ପକ୍ଷୀଗଣନା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛିି । ତେବେ ଆସନ୍ତା କାଲିଠାରୁ ପକ୍ଷୀଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗ ଏସିଏଫ ଶରତ କୁମାର ମିଶ୍ର ସୂଚନା ଦେଇଛନ୍ତି । ତେବେ ରିପୋର୍ଟ ମୁତାବକ ୨୦୨୦ରେ ୧୮୪ ପ୍ରଜାତିର ୧୧ଲକ୍ଷ ୫ ହଜାର ପକ୍ଷୀ ରହିଥିବା ଗଣନା କରାଯାଇଥିବା ବେଳେ , ୨୦୧୯ରେ୧୦ଲକ୍ଷ ୪୭ହଜାର ୯୬୮ ପକ୍ଷୀ ଏବଂ ୨୦୧୮ରେ ୮ଲକ୍ଷ ୯୩ହଜାର ୩୯୦ଟି ପକ୍ଷୀ ଗଣନା ହୋଇଥିଲା । ଏହି ୪ ବର୍ଷକୁ ନଜରରରେ ରଖି ଆମେ କହିପାରିବା ୨୦୧୮ରୁ ୨୦୨୦ ମଧ୍ୟରେ କ୍ରମାଗତ ପକ୍ଷୀ ସଂଖ୍ୟା ବଢିବାରେ ଲାଗିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0